୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ଶୁକ୍ରବାର ଦିନ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ଚଳନ୍ତି ଠାକୁର ପ୍ରିୟ ପିତାମାତାଙ୍କର ପୂଜନ ଦିବସ ପାଳନ କରାଯାଇଥିଲା । ସନ୍ଥ ଶ୍ରୀ ବାପୁରମ୍ ଆଶ୍ରମ ରୁ ଆସିଥିବା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଭଗବାନ ଗୁରୁ ମହାଶୟ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ତୁଳସୀ ପୂଜନ କରିଥିଲେ ତତ୍ ପରେ ମାତୃ ପିତୃ ପୂଜନ କରାଯାଇଥିଲା । ମାତା ପିତା ଙ୍କ ବିନା ସଂସାରରେ ଆଉ ବଡ କିଏ ନାହିଁ ସେମାନଙ୍କର ଋଣ କିଏ ବି ଶୁଝିପରିବ ନାହିଁ କେବଳ ସେମାନଙ୍କର ପୂଜନ ସେବା ଦ୍ଵାରା ଆଶୀର୍ବାଦ ପାଇ ପାରିବ ବୋଲି କହିଥିଲେ ।
ପିଲାମାନେ କିପରି ନିଜର ସ୍ମରଣ ଶକ୍ତି ବଢ଼ାଇ ପାରିବେ ଓ ମାତା ପିତା ପିଲାମାନଙ୍କର କିପରି ଯତ୍ନ ନେବେ ସେଥିପାଇଁ ନିଜର ଅଭିଭାଷଣ ରଖିଥିଲେ ଏବଂ ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବ୍ୟୟାମ ଓ ଯୋଗ ମଧ୍ୟ ଶିଖାଇ ଥିଲେ । ଉକ୍ତ ପୂଜନ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଅଭିଭାବକ ଅଭିଭାବିକା ଯୋଗ ଦେଇ ସେମାନଙ୍କ ପିଲାମାନଙ୍କ ଦ୍ଵାରା ପୂଜା ପାଇଥିଲେ ଓ ପିଲାମାନେ ତାଙ୍କ ପିତାମାତାଙ୍କ ଠାରୁ ଆଶ୍ରିବାଦ ପାଇଥିଲେ ।
ଏହି ଫେବୃଆରୀ ୧୪ ତାରିଖ କୁ ପ୍ରେମ ଦିବସ ରୂପେ ପାଳନ ନ କରି ମାତୃ ପିତୃ ପୂଜନ ଦିବସ ରୂପେ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ । ପୂଜନ ପରେ ପ୍ରସାଦ ସେବନ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ର ସମସ୍ତ ଗୁରୁମ । ଗୁରୁଜୀ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ବୀରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।