୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :– ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଫାଣ୍ଡି ଅଞ୍ଚଳରେ ହୋଇଥିବା ବୋମା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସୋମବାରଦିନ ଗିରଫ କରାଯାଇଥିବା ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତିପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ! ଗିରଫ ଅଭିଯୁକ୍ତମାନେ ହେଲେ l ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଗୌଡ଼ସାହିର ଲଷ୍ମୀଧର ରାଉତଙ୍କ ପୁଅ ଦିବ୍ୟାୟୋତି ରାଉତ (୨୪)ବର୍ଷ ଓ ତୃତୀୟା ପଡା ଗ୍ରାମର ବେଣୁଧର ଜେନାଙ୍କୁ ପୁଅ ବିକାଶ ଚନ୍ଦ୍ର ଜେନା (୨୫)ବର୍ଷ ! ଗତ ୭ତାରିଖ ରାତିରେ ଗୀତାଞ୍ଜଳୀଙ୍କ ସ୍ୱାମୀ ସନ୍ତୋଷ ରାଜସୁନାଖଳା ତ୍ରିନାଥ ବଜାରରେ ନିଜର ଆଇସକ୍ରିମ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟସରେ ନୟାରା ପେଟ୍ରୋଲ ପୂମ୍ପ ଠାରେ ଅଭିଯୁକ୍ତମାନେ ବୋମାମାଡ଼ କରି ପଳାଇଥିଲେ !

ସନ୍ତୋଷ ଏବେ ଚିକିତ୍ସାଧୀନ ଅଛନ୍ତି ! ପୋଲିସର ସୂଚନା ଅନୁଯାୟୀ ବିକାଶର ସ୍ତ୍ରୀ ସନ୍ତୋଷଙ୍କ ଦୋକାନରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି ! ବିକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ଘଟଣା ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇଛି ! ବିକାଶ ବାରମ୍ବାର ସ୍ତ୍ରୀକୁ ଦୋକାନରୁ ବାହାର କରିବା ଲାଗି ସନ୍ତୋଷୀଙ୍କୁ ଧମକ ଦେଇଆସୁଥିଲେ ! ସନ୍ତୋଷ ନ ଶୁଣିବାରୁ ଦିବ୍ୟଜ୍ୟୋତିର ସହଯୋଗ ନେଇ ବୋମାମାଡ଼ କରିଥିଲା !















