ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଭୁବନେଶ୍ୱର : – ଆଜି ଭାରତୀୟ ଚାଞ୍ଚର ଅଫ୍ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍ ଏକ ଭର୍ଚୁଆଲ୍ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡ଼ିଶା ଆଉ ଭାରତର ସୁରକ୍ଷିତ ଗୋପନୀୟତା ହୋଇ ରହିନାହିଁ, ରାଜ୍ୟ ଶିଳ୍ପର ବିକାଶ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହା ଶିଳ୍ପ ସଂ ପ୍ରଦାୟମାନଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ମନ୍ତ୍ରୀ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ରହିଥିବା ସୁସ୍ଥ ପରିବେଶ ସହିତ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟ୍ଫର୍ମ ଗୋ-ସ୍ୱିଫଫ ଏକକ ବାତାୟନ ଜରିଆରେ ଶିଳ୍ପ ପ୍ରତିଷ୍ଠା ଓ ସଂଚାଳନ ପାଇଁ ସହାୟକ ହୋଇ ପାରିବ ବୋଲି କହିଥିଲେ । ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଶିଳ୍ପ ପାର୍କର ବିକାଶ କରାଯାଇଛି ସେ ସଂପର୍କରେ ଏକ ଉପସ୍ଥାପନା କରିଥିଲେ । ଏଥିସହିତ ସେ ଜାପାନକୁ ସୁହାଇଲା ଭଳି କେତେକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ର ଉପରେ ପ୍ରସ୍ତାବନା ଦେଇଥିଲେ ।
ଏହି ବୈଠକରେ ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ସଂଜୟ କୁମାର ବର୍ମା ଏବଂ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମି. ସନ୍ତୋଷୀ ସୁଜୁକୀ ଅଂଶଗ୍ରହଣ କରି ତାଙ୍କର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ପରେ ଓଡ଼ିଶା ସମେତ ତାମିଲନାଡ଼ୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟର ପୁଞ୍ଜିବିନିଯୋଗ ସୁଯୋଗଗୁଡ଼ିକ ଉପରେ ଉପସ୍ଥାପନା କରାଯାଇଥିଲା । ଏହି ବୈଠକରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ନିତିନ ଭାନୁଦାସ ଜାଓ୍ୱଲେ ।