୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ଗ୍ରାମ ପଞ୍ଚାୟତ ରେ ଥିବା ଜିରି ଓ ତୁକୁଡ଼ା ଆଦିବାସୀ ଗ୍ରାମକୁ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ତତ୍ ସହିତ ଭତ୍ତା,ସୁଭଦ୍ରା ଟଙ୍କା ଠିକ୍ ଭାବେ ମିଳୁଛି କି ନାହିଁ ଲୋକମାନଙ୍କୁ ପଚାରି ବୁଝିଥିଲେ ।ରାସ୍ତା ସମସ୍ୟା ସହ ପାନୀୟ ଜଳ ସମସ୍ୟା ଥିବା ନେଇ ଲୋକମାନେ ଜିଲାପାଳଙ୍କୁ ଜଣାଇଥିଲେ।

ଏହି ସମସ୍ୟା ର ସମାଧାନ ତୁରନ୍ତ କରିବାକୁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନୱାଡ଼ି କେନ୍ଦ୍ର ଓ ପଞ୍ଚାୟତ ହାଇସ୍କୁଲ୍ ଜାକେଡା ପରିଦର୍ଶନ ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୀର୍ଘଦିନ ହେବ ଛୁଟିରେ ଥିବା ଯୋଗୁ ଅଫିସ କାର୍ଯ୍ୟାଳୟ ତାଲା ଝୁଲୁଥିବା ସହ ବିଦ୍ୟାଳୟର କିରାଣୀ ଏବଂ ହିନ୍ଦୀ ଶିକ୍ଷକ ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ନେଇ














