No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବାଙ୍କୀ ବ୍ଲକ କୁରୁମଚଇନି ଗ୍ରାମର ଚିନ୍ତାମଣି ପଟ୍ଟନାୟକଙ୍କର ୯୫ବର୍ଷ ବୟସରେ ଆଜି ପରଲୋକ ଘଟିଛି । କିଛି ଦିନ ହେଲା ସ୍ୱର୍ଗତ ପଟ୍ଟନାୟକ ଭୁବନେଶ୍ୱର ବାସଭବନ ଠାରେ ଅବସ୍ଥାନ କରୁଥିଲେ । ସ୍ୱର୍ଗତ ପଟ୍ଟନାୟକ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଭକ୍ତଥିଲେ । ତାଙ୍କର ମରଶରୀରକୁ ନିଜ ଗ୍ରାମକୁ ଅଣାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ବାଙ୍କୀର ବହୁ ଜନସାଧାରଣ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁୂମାର ତ୍ରିପାଠୀ, କେନ୍ଦ୍ରସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଜିଲ୍ଲାପରିଷଦ ସଦସ୍ୟ ସଂଜୟ ପାତ୍ର, ସରପଂଚ ପ୍ରତିନିଧି ବିମଳ ଦାସ, ପଂଚାୟତ ଅଧିକାରୀ ଅକ୍ଷୟ ସାମଲ, ସମିତି ସଭ୍ୟ ତ୍ରିନାଥ ସେଠ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗ୍ରାମଶ୍ମଶାନରେ ତାଙ୍କର ଶବସତ୍କାର କରାଯାଇଥିଲା ଓ ଜ୍ୟେଷ୍ଠପୁତ୍ର ସ୍ୱାଗତ ପଟ୍ଟନାୟକ ମୁଖାଗ୍ନି ପ୍ରଦାନ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ତିନି ପୁଅ ଓ ବୋହୂ , ଝିଅ ଓ ଜାମାତା ଏବଂ ବନ୍ଧୁବନ୍ଧବ ଉପସ୍ଥିତ ଥିଲେ ।

No Result
View All Result