ଯୁ .କେ. ଓଡିଶା ସୋସାଇଟିର ୪୧ ତମ ବାର୍ଷିକ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଲଣ୍ଡନ : ଓଡିଶା ସୋସାଇଟି ଅଫ ଯୁ.କେ.ର ୪୧ ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଅନଲାଇନ ଯୋଗେ କଳାକାର ମାନଂକ ଦ୍ୱାରା ପରିବେଷିତ ମନମୋହକ ସଂରଚନା ଗୁଡିକୁ ଦର୍ଶକ ମାନେ ବେଶ ଆଦୃତ କରିଥିଲେ । ବେଶେଷ ଆକର୍ଷଣ ମଧ୍ୟରେ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିନୀ, ନୂଆଖାଇ ଭେଟଘାଟ, ଆମ ଖଟି, ସ୍ପୋର୍ଟଜ଼ କ୍ୱିଜ଼, ଓଡିଶୀ ନୃତ୍ୟ, ଯୋଗ ଅଧ୍ୟାୟ, ଭଜନ ସମାରୋହ, ପାଲା,ଚକୁଳିଆ ପଣ୍ଡା ଗାୟନ ଓ ଲଘୁ ସଂଗୀତ ଆଦି ଅନ୍ତର୍ଭୁକ୍ତ ଥିଲା । ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ବିଶ୍ୱଭରି ଦେଖଣାହାରୀ ଓ ଶ୍ରୋତା ମାନଂକୁ ମନ୍ତ୍ର ମୁଗ୍ଧ କରିଥିବା ବିଶିଷ୍ଟ କଳାକାର ମାନଙ୍କ ମଧ୍ୟରେ ସୁସ୍ମିତା ଦାସ ଓ ଅନ୍ତରା ଚକ୍ରବର୍ତୀଙ୍କ ଦ୍ୱାରା ଲଘୁ ସଂଗୀତ ପରିବେଷଣ, ପ୍ରଜ୍ଞା ସାହୁଙ୍କ ଦ୍ୱାରା ଡେଂସା ଲୋକନୃତ୍ୟ, କୋଟପାଟ କଳା ବିକାଶ କେନ୍ଦ୍ର ଦ୍ୱାରା ଲୋକ ନୃତ୍ୟ, ଶରଣ ଓ ଚରଣ ଭାଇନାଙ୍କ

ଦ୍ୱାରା ଚକୁଳିଆ ପଣ୍ଡା ଗାୟନ, ଜଗବନ୍ଧୁ ମୁଦୁଲି ଓ ସାଥୀଙ୍କ ଦ୍ୱାରା ଭଜନ, ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା ପାରମ୍ପରିକ ପାଲା, କବି ସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗଙ୍କର ସ୍ୱରଚିତ କବିତା ପାଠ, ନୂଆଖାଇ ଭେଟଘାଟ ରେ ସମ୍ବଲପୁର ର ଦିଲ୍ଲୀପ ପଣ୍ଡା ଓ ଯୋଗେଶ ଯୋଜ ଉପସ୍ଥାପନା, ରକ କର୍ଣ୍ଣରରେ ଶ୍ରୀ ରୋନା, ଶୁଭ୍ରାସୋନ ସମୀର ଓ ତନ୍ମୟ ମିଶ୍ରଙ୍କର ଯୋଗଦାନ ଆଦି ସାମିଲ ଥିଲା । ଏହା ବ୍ୟତୀତ ଆମଖଟିରେ ରହିମ ଖାଁଙ୍କର ପାନ ଦୋକାନରେ ଚୌଧୁରୀ ଜୟପ୍ରକାଶ ଦାସ, ପ୍ରବୀଣ ପଣ୍ଡା ଏବଂ ସ୍ମୃତିରଞ୍ଜନ ମହାନ୍ତିଙ୍କର ରମ୍ୟ ଉପସ୍ଥିତି ବେଶ ଉଚ୍ଚ କୋଟିର ଥିଲା । ସର୍ବୋପରି ସମ୍ମିଳନୀ ରେ ଚଳଚିତ୍ର ଜଗତର ତାରକା ମନୋରଞ୍ଜନକାରୀଙ୍କ ମଧ୍ୟ ରେ କୁନା ତ୍ରିପାଠୀ, ଅଭିଜିତ ମଜୁମଦାର, ସ୍ୱୟଂ ପାଢ଼ୀ ଓ ଉଦୟନ ଅପରାଜିତଙ୍କର ଯୋଗଦାନ ବେଶ ଉତ୍ସାହପ୍ରଦ ଥିଲା ।

କ୍ରୀଡା ଜଗତରୁ ଏହି ସମ୍ମିଳନୀ ରେ ଆରିହୀନ ସିଂହା, ରଶ୍ମି ପରିଡା ଏବଂ ବିପ୍ଳବ ସାମନ୍ତରାୟ ଯୋଗଦାନ କରିଥିଲେ । ଓଡିଶା ର ସୁସ୍ଵାଦ ବ୍ୟଞ୍ଜନ ପ୍ରସ୍ତୁତି କରିବାରେ ମାଷ୍ଟର ଶେଫ ଅବିନାଶ ନାୟକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସମ୍ମିଳନୀ ଅବସର ରେ ମୁଖ୍ୟ ଅତିଥି ଓଡିଶା ବିଧାନ ସଭା ର ବାଚସ୍ପତି ଡ଼କ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସମଗ୍ର ପୃଥବୀ ରେ ମାଗଣା ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଊଦିଷ୍ଟ ଗୁରୁକୁଳ ପ୍ରଶିକ୍ଷଣ ପ୍ରଣାଳୀର ବେଇବ୍ସାଇଟ www.gurukuleducation.online କୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବ ରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ଓଡ଼ିଆ ମାନଙ୍କର ପରମ୍ପରା ବିଦେଶରେ ବି କିପରି ପାଳିତ ହେଉଛି ତାର ଭୁରି ଭୁରି ପ୍ରସଂଶା କରିଥିଲେ । ସମଗ୍ର ଆଯୋଜନ ର ସୁପରିଚାଳନା ଓ.ଏସ.ଯୁ.କେ ର ସଭାପତି ସୁମନ୍ତ ମାନସିଂ, ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ଦୁଇ ସାଂସ୍କୃତିକ ସମ୍ପାଦକ ଡ଼କ୍ଟର ଭାଗ୍ୟଶ୍ରୀ ସିଂ ଏବଂ ଡାକ୍ତର ସଂଯୁକ୍ତା ବ୍ରହ୍ମା ପ୍ରମୁଖ କରିଥିଲେ । ସ୍ମୃତି ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା ଓ ଉପସ୍ଥାପନା କରିଥିଲେ ।