No Result
View All Result
୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ହଜ :- ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମପଞ୍ଚାୟତର ହଜ ଗ୍ରାମର ଆରାଧ୍ୟ ଠାକୁର ବାବାନାଗେଶ୍ଵର ଦେବ ଓ ମାଁ ସିଦ୍ଧ ଖଣ୍ଡୁଆଳ ଙ୍କ ପବିତ୍ର ପୀଠରେ ଦ୍ଵାଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ର ଆଜି ପୂର୍ଣ୍ଣାହୁତି । ଆଜିର ଦିନରେ ଏଠାରେ ଯେଉଁ ଭକ୍ତଶ୍ରଦ୍ଧାଳୁ ଯାହା ମନସ୍କାମନା କରନ୍ତି ତାହା ବାବା ନାଗେଶ୍ଵର ଦେବ ଓ ମା ସିଦ୍ଧଖଣ୍ଡୁଆଳ ଆଶିର୍ବାଦ ରେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଆଖ ପାଖ ଅଞ୍ଚଳରେ ବାବା ନାଗେଶ୍ଵର ପଶ୍ଚିମ ମୁଖା ହୋଇଥିବାରୁ ସମସ୍ତଙ୍କ ର ବିଶ୍ୱାସ ଅଛି।ଯଜ୍ଞର ପୂର୍ଣ୍ଣାହୁତି ଦିବସରେ ଭକ୍ତମାନେ ଆସି ବାବା ନାଗେଶ୍ଵର ଦେବ ମାଁ ସିଦ୍ଧ ଖଣ୍ଡୁଆଳ ଙ୍କ ଦଂଶନ କରିବା ସହିତ ଆଶିର୍ବାଦ ଲାଭ କରିଥାଆନ୍ତି।ପୂର୍ଣ୍ଣାହୁତି ସରିବା ପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରି ସୁଖଂଳିତ ଭାବରେ ଫେରିଥାନ୍ତି ।
ପୂର୍ଣ୍ଣାହୁତି ଦିବସରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପହଞ୍ଚି ଆର୍ଶୀବାଦ ଭିକ୍ଷା କରି ଠାକୁରଙ୍କ ଶରଣାପନ୍ନ ହୋଇଥିଲେ ଏବଂ ସ୍ଥାନୀୟ ଅଂଚଳର ଗ୍ରାମବାସୀ ମାନେ ପୂର୍ଣ୍ଣାହୁତି ଦିବସରେ ଅନେକ ସାହାଯ୍ୟ ସହଯୋଗ କରିଥିବା ଜଣାପଡିଛି।

No Result
View All Result