No Result
View All Result
୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଆତ୍ମ ଉତ୍ସର୍ଗ ତ୍ୟାଗପୂତ ସାଧନା ମାଧ୍ୟମରେ ଶିକ୍ଷାନୁଷ୍ଠାନ ହିଁ ସାରସ୍ଵତ ତିର୍ଥାଟନରେ ରୂପାନ୍ତରିତ ହୋଇପାରିବ । ପ୍ରାକ୍ତନ ରାଜ୍ୟପାଳ ସ୍ବର୍ଗତ ଚିନ୍ତାମଣି ପାଣିଗ୍ରାହି ଓ ତତ୍ କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ବର୍ଗତ ସାତକଡି ହୋତାଙ୍କ ଉଦ୍ୟମରେ ଆଯକୁ ୪୯ ବର୍ଷତଳେ ଜ୍ଞାନର ଆଲୋକ ବିତରଣ ପାଇଁ ଗଢ଼ି ଉଠିଥିବା ଅନୁଷ୍ଠାନ ଆଜି ସାରସ୍ଵତ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଜଟଣୀ ମହାବିଦ୍ୟାଳୟର ୪୯ ତମ ସମ୍ବତ୍ସାରିକ ଉତ୍ସବରେ ଅତିଥି ମାନେ ଯୋଗଦେଇ ଅଭିହିତ କହିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଜୀବ କୁମାର କର ପୌରହିତ୍ୟରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ସାମ୍ବତ୍ସରିକ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଡ଼ଃ କର ୨୦୨୪-୨ ୫ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।ପ୍ରାଧ୍ୟାପକ ଡ଼ଃ ପ୍ରଶାନ୍ତ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ,ଆଞ୍ଚଳିକ ଶିକ୍ଷ୍ୟା ନିର୍ଦେଶକ ଭୁବନେଶ୍ଵର, ଶ୍ରୀଯୁକ୍ତ ରଜତ କୁମାର ମାନସିଂହ ଉପ ନିର୍ଦେଶକ ଉଚ୍ଚ ଶିକ୍ଷା ବିଭାଗ,ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ପୂର୍ବତନ ବିଧାୟକ ଜଟଣୀ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଉପଦେଶ ଦେଇଥିଲେ ।
ସାମ୍ବତ୍ସରିକ କମିଟିର ଆବାହକ ଡ଼ଃ ଅନୁପ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦୀର୍ଘ ୨୫ଟି ବର୍ଷା,ବୈଶାଖ ଓ ବସନ୍ତକୁ ଅତିକ୍ରମ କରି ଏହି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିବା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ଃ ତପନ କୁମାର ମିଶ୍ର ଓ ରାଜନୀତି ବିଭାଗର ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କୁ ମାନପତ୍ର ଓ ଉପ ଢଉକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରାଧ୍ୟାପକ ଡ଼ଃ ପ୍ରଶାନ୍ତ ପାଣଗ୍ରାହୀ ଏବଂ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଜିତ ସୁନ୍ଦରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପରିଶେଷରେ ଅଧ୍ୟାପକ ଡ଼ଃ ବିଜୟ ଶଙ୍କର ଧନ୍ୟବାଦ୍ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ଅମିତ ବିକ୍ରମ ପଟ୍ଟନାୟକ, ରଜନୀ କୁମାର ନାୟକ,କାର୍ତ୍ତିକ ଚନ୍ଦ୍ର ଦାସ,ପରମିତା ପ୍ରହରାଜ,ଡ଼ଃ ପୁଷ୍ପାଞ୍ଜଳି ସାମଲ, ସୁଶାନ୍ତ କୁମାର ବାରିକ ପ୍ରମୁଖ ସମସ୍ତ କର୍ମଚାରୀଙ୍କ ଉଦ୍ୟମ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

No Result
View All Result