୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ଭାକରସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଚଞ୍ଚଳ ରାଣା ବ୍ଲକ ସ୍ତରୀୟ ଜନଶୁଣାଣୀ କରିଛନ୍ତି। ମୋଟ ୯୬ ଗୋଟି ଅଭିଯୋଗ ଆଜି ଶୁଣାଣି ପାଇଁ ଆସିଥିଲା। ସେଥିମଧ୍ୟରୁ ୭୪ ଗୋଟି ବ୍ୟକ୍ତିଗତ ଓ ୧୫ ଗୋଟି ସାମୁହିକ ସମସ୍ୟା ରହିଥିବା ବେଳେ ୬ ଜଣଙ୍କର ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଜଣେ ବ୍ୟକ୍ତି ଦରଖାସ୍ତ କରିଥିଲେ। ଜିଲ୍ଲାପାଳଙ୍କୁ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ସାହୁ,ଉପ ଜିଲ୍ଲାପାଳ ମନୋରଞ୍ଜନ ସାହୁ,ବିଡ଼ିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ,















