No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ମାଥ୍ଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନିର୍ଦ୍ଦେଶକ୍ରମେ ମାଥ୍ଲି ବନପାଳ ମୁରଲୀଧର ମହାରଣାଙ୍କ ନେତୃତ୍ବରେ ଦଳପତିଗୁଡା ପଞ୍ଚାୟୟ ଅନ୍ତର୍ଗତ ଡାଇଗୁଡା ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଖରାଦିନ ଆସୁଥିବାରୁ ଆଦିବାସୀମାନେ ପରମ୍ପରା ଅନୁଯାୟୀ ମହୁଲଠାରୁ ଆରମ୍ଭ କରି ପୋଡୁଚାଷ କରିଥାନ୍ତି । ଏଥିପାଇଁ ଜଙ୍ଗଲରେ ନିଆଁ ଲଗାଇ ନଷ୍ଟ କରୁଥିବାବେଳେ ଅନେକ ଜୀବଜନ୍ତୁ ନିଆଁ ଭୟରେ ଗ୍ରାମକୁ ଚାଲି ଆସନ୍ତି l
ସେଥ୍ପାଇଁ ଆଜି ଜଙ୍ଗଲ ବିଭାଗ ଓ ମାଥ୍ଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଳିତ ଭାବରେ ଏହି ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଗ୍ରାମବାସୀଙ୍କୁ ଜଙ୍ଗଲରେ ନିଆଁ ଲାଗି ଲାଗିଲେ କିପରି ତୁରନ୍ତ ଲିଭାଇବେ ପ୍ରଶିକ୍ଷଣ ଦିଆଯାଇଥିଲା । ଗ୍ରାମ ବାସୀଙ୍କୁ ସୃଷ୍ଟି ଅନୁଷ୍ଠାନ କର୍ମୀ ମାନେ ଜଙ୍ଗଲ ରେ ନିଆଁ ନ ଲଗେଇବା ଓ ବନ୍ୟ ପ୍ରାଣୀ ଶିକାର ନ କରିବା ପାଇଁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଡ଼ାଇଗୁଡା ବନ ସୁରକ୍ଷା ସମିତି ସଭ୍ୟ ଓ ଗ୍ରାମବାସୀଙ୍କ ସହିତ ଆଖପାଖ ଗ୍ରାମର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

No Result
View All Result