No Result
View All Result
୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଫୁଟବଳ ପଡିଆ ଠାରେ ଗେଙ୍ଗୁଟିପାଲି ଏବଂ ଧନକଉଡ଼ା ଫୁଟବଲ କ୍ଳବ ପକ୍ଷରୁ ଅନୁଷ୍ଠିତ 3 ଦିନିଆ ଫୁଟବଳ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ ତ୍ରିପାଠୀ,ରଜନୀକାନ୍ତ ସାହୁ, ହୀରାଲାଲ ବେହେରା,ଅମିତ ନାଥ ପ୍ରମୁଖ ଯୋଗ ଦେଇଥିଲେ l ଧନକଉଡ଼ା ପଡିଆ ଠାରେ 3 ଦିନ ଧରି ଚାଲିଥିବା ଫୁଟବଳ ପ୍ରତିଯୋଗିତା ର ଫାଇନାଲ ମେଚ ଟି ଆଜି ଅନୁଷ୍ଠିତ ହୋଇଥିଳା l ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଗୋଟି ଟିମ ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ସରଳା ଏବଂ ମିର୍ଗାମୁଣ୍ଡା ଫୁଟବଲ ଟିମ ଏହି ପ୍ରତିଯୋଗିତା ର ଫାଇନାଲ ରେ ପହଞ୍ଚିଥିଲେ l
ଦୁଇ ଟିମ ମଧ୍ୟରେ ଫାଇନାଲ ମେଚରେ କଡା ସଂଘର୍ଷ ହୋଇଥିଲା l ଶେଷରେ ସରଳା ଫୁଟବଲ ଟିମ ମିର୍ଗାମୁଣ୍ଡା ଟିମ କୁ 3/0 ହରାଇ ଫାଇନାଲ ମେଚ ଟି ବିଜୟୀ ହୋଇଥିଲା l ଫାଇନାଲ ବିଜୟୀ ସରଳା ଫୁଟବଲ ଟିମ କୁ ମୁଖ୍ୟଅତିଥି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଙ୍କ ସହ ସମସ୍ତ ସମ୍ମାନିତ ଅତିଥି ମାନେ 50 ହଜାର ଟଙ୍କାର ଚେକ ଏବଂ ବିଜୟୀ କପ ପ୍ରଦାନ କରିଥିଲେ l ସେହିପରି ଉପ ବିଜେତା ଟିମ ମିର୍ଗାମୁଣ୍ଡା କୁ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଙ୍କ ସହିତ ସମସ୍ତ ସମ୍ମାନିତ ଅତିଥି ମାନେ 30 ହଜାର ଟଙ୍କାର ଚେକ ଏବଂ ଟ୍ରଫି ପ୍ରଦାନ କରିଥିଲେ l ଏହି 3 ଦିନିଆ ଫୁଟବଲ ପ୍ରତିଯୋଗିତା ରେ ଅନିତା ଓରାମ,ବୁଲୁ ସାହୁ,ପପୁ ନାଏକ,ଧରଣୀ ଓରାମ ଓ ଗେଙ୍ଗୁଟିପାଲି ଧନକଉଡ଼ା ଫୁଟବଳ କ୍ଳବର ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ l ଏହି ଫୁଟବଲ ପ୍ରତିଯୋଗିତା କୁ 3 ଦିନ ଧରି ହଜାର ହଜାର ସଂଖ୍ୟାରେ ବହୁ ଫୁଟବଲ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ l

No Result
View All Result