No Result
View All Result
୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକରେ ରବିବାର ଭୋର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାତୋଟା ସାହିର ଅଭିମନ୍ୟୁ ପୃଷ୍ଟି (୭୦)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୦୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠୀ ସୁଚନା ଦେଇଛନ୍ତି।
ସୂଚନା ପ୍ରକାରେ,ରବିବାର ଭୋର ପ୍ରାୟ ୫ଘଣ୍ଟା ସମୟରେ ସାଇକେଲ ଆରୋହୀ ଜଣକ ଘରୁ ସିନେମାହଲ ଛକରେ ଥିବା ଜଳଖିଆ ଦୋକାନ ଖୋଲିବା ପାଇଁ ଯାଉଥିଲେ। ମାଣିକନଗର ଛକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଗାଡି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦୃତ ଗତିରେ ଚାଲି ଯାଇଥିଲା। ଗାଡି ଧକ୍କାରେ ବୃଦ୍ଧଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ରାସ୍ତାସାରା ଏଣେତେଣେ ପଡିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।
ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଦୂର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିବା ଗାଡ଼ିର ସନ୍ଧାନ ପାଇଁ ପୁଲିସ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅନ୍ୟ ପକ୍ଷରେ ଘଟଣା ସ୍ଥଳର କିଛି ଦୁରତାରୁ ବାଲେଶ୍ଵର ଆଞ୍ଚଳିକ ପରିବହନରେ ରେଜିଷ୍ଟ୍ରେସନ୍ ହୋଇଥିବା ଏକ ମାଲ୍ ବୁହା ଗାଡ଼ିର ନମ୍ୱର ପ୍ଲେଟ ମିଳିଥିବା ଜଣାପଡିଛି। ଏହା ଦୁର୍ଘଟଣା ଘଟାଇ ଥିବା ମାଲ୍ ଗାଡ଼ିର ନମ୍ୱର ବୋଲି ପୁଲିସ୍ ଆଶଙ୍କା ପ୍ରକାଶ କରିଛି। ଏହା ବ୍ୟତୀତ ମାଣିକ ନଗର ଛକ ଭଳି କିଛି ଜନଗହଳିପୁର୍ଣ୍ଣ ଛକ ନିକଟରେ ଦୃତ ଗତିରେ ଚଳପ୍ରଚଳ କରୁଥିବା ଯାନ ବାହନ ଗୁଡ଼ିକର ଗତି କମାଇବା ପାଇଁ ଗତିରୋଧ ଫାଟକର ଜରୁରୀ ପ୍ରୟୋଜନ ରହିଛି।

No Result
View All Result