No Result
View All Result
୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ଅନ୍ତର୍ଗତ ଅଳକା ହାଇସ୍କୁଲ 1988ମସିହା ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉଚ୍ଛବ ରବିବାର ସ୍ଥାନୀୟ ବାଲିଆ ପଞ୍ଚ ମୁଖି ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଦିନପରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ଥିବାରୁ ପରସ୍ପରକୁ ଦେଖି ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ l ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା l

ବିଶେଷ କରି ସମାଜରେ ଏକତା ରକ୍ଷା କରି ସମ୍ପର୍କ ସ୍ଥାପନ କରିବାଦ୍ବାରା ସମାଜର ଉନ୍ନତ ସାଧନ ହୋଇପାରିବବୋଲି କହିଥିଲେ l ଗତବର୍ଷ ଏହି ବ୍ୟାଚ ର ଛାତ୍ର ସ୍ବର୍ଗତ ଆଲୋକ ପ୍ରଧାନ ଙ୍କର ଦେହାନ୍ତରେ ତାଙ୍କ ପାଇଁ ଏକ ସ୍ମୃତି ସଭା କରାଯାଇଥିଲା l ଏଥିରେ ସମସ୍ତେ 2 ମିନିଟ ନିରବ ପ୍ରାର୍ଥନା କରିଥିଲେ l ପୁରାତନ ଛାତ୍ର ସୁଶାନ୍ତ ମଲ୍ଲିକ, ଅସ୍ମିନ ସାହୁ, ପ୍ରକାଶ ବେଜ, ଆଲୋକ ଦାସ,ଚିତ୍ତରଞ୍ଜନ ସାହୁ, ଶ୍ରୀକାନ୍ତ ସାହୁ, ନୀଳମଣି ବେହେରା, କମଳା ଦାସ, ନମିତା ସାହୁ, ପ୍ରଶାନ୍ତି ସାହୁ, ପାର୍ବତୀ ପଣ୍ଡା, କାଞ୍ଚନ ସ୍ୱାଇଁ, ଜୟଶ୍ରୀ ସାହୁ, କମଳା କାନ୍ତ ଦାସ, ପ୍ରମୋଦ ନାୟକ, ସୁଶୀଲ ପଟ୍ଟନାୟକ, ପ୍ରମୁଖ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ l

No Result
View All Result