No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ବ୍ଲକ ବିଜେଡ଼ିର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶନିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ହିଞ୍ଜିଳି ବ୍ଲକ ସୋମପୁର ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ଘୋଡେ଼ଇଶୁଣି ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ହିଞ୍ଜିଳି ବିଧାନ ସଭା ବିଜେଡ଼ି ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆସିକା ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ରଞ୍ଜିତା ସାହୁ, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି ଦୁର୍ଗା ମହାନ୍ତି,
ବିଧାୟକ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି,ବରିଷ୍ଠ ନେତା ଏନ୍. ରଘୁନାଥ, ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ, ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳେଇ, ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ ଓ ଅଜୟ କୁମାର ମହାରଣା ପ୍ରମୁଖ ମଞ୍ଚଶିନ ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସାଙ୍ଗଠନିକ ବିଷୟରେ ଆଲେଚନା ହୋଇଥିଲା । ଚଳିତ ମାସ ଚତୁର୍ଥ ସପ୍ତାହରେ କୃଷକଙ୍କ ସମସ୍ୟା ଓ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ, ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ବୈଠକରେ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତ୍ୟେକ ଜୋନରେ ଯୁବ ଓ ମହିଳା ସମାବେଶ ସହ ବ୍ଲକ ସ୍ତରରେ ବିରାଟ ଜନ ସଭା ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ।
ସରକାରଙ୍କ ଜନ ମାରଣ ନୀତି ବିରୁଦ୍ଧରେ ଜନ ସଚେତନତା ପାଇଁ”ଘରକୁ ଘର ଚାଲ” କାର୍ଯ୍ୟକ୍ରମ ଆଦି ଏକ ବର୍ଷ ପାଇଁ ସାଙ୍ଗଠନିକ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହୋଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ଅନିତା କୁମାରୀ ସାହୁ, ବହୁ ପଞ୍ଚାୟତ ପ୍ରତିନିଧି, ବରିଷ୍ଠ ନେତା ପ୍ରମୋଦ କୁମାର ମହାନ୍ତି, ଭାଣ୍ଡି ରବି,ରଶ୍ମିତା ବେହେରା, ଏ. ସୁଶୀଳା ପାତ୍ର, ଦ୍ରୌପଦୀ ଦେବୀ, ଶର୍ମିଲା ରାଉଳ , ସୁଧାଂଶୁ ସାହୁ, ନୀଳାଚଳ ସାହୁ, ରାମଚନ୍ଦ୍ର ଗୌଡ଼, ଗଣପତି ସାହୁ, ଆଲୋକ ସାହୁ, ନୀଳାଚଳ ପଣ୍ଡା, ଅଜିତ ସାହୁଙ୍କ ସମେତ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବିଜେଡ଼ି ଛାତ୍ର ସଭାପତି ଅନିଲ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result