No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପଢ଼ା ସହିତ ବୌଦ୍ଧିକ, ଆଧ୍ୟାତ୍ମିକ, କଳାତ୍ମକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଖେଳକୁଦ, ନୃତ୍ୟ, ସଂଗୀତ, ବକୃତା, ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ କରାଯାଇ ପୁରସ୍କୃତ କରା ଯାଇ ଥାଏ । ଏହି ପରିପ୍ରେକ୍ଷିରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗଡ଼ ବାଣୀକିଲୋ ପଞ୍ଚାୟତର ସୀମାବର୍ତ୍ତି ବଡ଼ ପଥୁରିଆ ପ୍ରାଥମିକ ବିଦ୍ୟାଳୟ ଓ ଗିରିଧରପୂର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପୁରସ୍କାର ବିତରଣ ଉତ୍ସବ -୨୦୨୫ ମହା ଆଡ଼ମ୍ବରରେ ୮/୨/୨୦୨୫ ଅପରାହ୍ନରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ରଣପୁର ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି, ବିଶିଷ୍ଠ ଅତିଥି ବ୍ରଜ ମୋହନ ରାଉତରାୟ ( ସରପଞ୍ଚ ଗଡ଼ବାଣୀକିଲୋ), ମୂଖ୍ୟ ବକ୍ତା ତପନ କୁମାର ଜେନା ( ଅଧ୍ୟକ୍ଷ , ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେଉଳି), ସମ୍ମାନିତ ଅତିଥି ମାନେ ସଞ୍ଜୟ କୁମାର ବରାଡ (ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ, କୁଳାସର), ତପସ୍ଵିନୀ ଷଡ଼ଙ୍ଗୀ ( ପ୍ରଧାନ ଶିକ୍ଷୟତ୍ରୀ, ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁଳାସର), ପ୍ରଦୀପ କୁମାର ସାହୁ( ପ୍ରଧାନ ଶିକ୍ଷକ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ନଅପଲ୍ଲୀ), ବସନ୍ତ କୁମାର ରାଉତ ( ପୂର୍ବତନ ଏ ବି ଓ ରଣପୁର), ସୀତାକାନ୍ତ ମିଶ୍ର ( ବିଜ୍ଞାନ ଶିକ୍ଷକ ( ଆଂଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଦେଉଳି) ,
ରସାନନ୍ଦ ମହାନ୍ତି ( ସମିତି ସଭ୍ୟ ) ସ୍ମିତା ରାଣୀ ମହାନ୍ତି, ( ପ୍ରଧାନ ଶିକ୍ଷୟତ୍ରୀ ବଡପଥୁରିଆ ପ୍ରାଥମିକ ବିଦ୍ୟାଳୟ), ପ୍ରତାପ କୁମାର ସାହୁ( ଅଧ୍ୟାପକ), ଲକ୍ଷ୍ମୀ ଦେଇ ( ଏ ବି ଓ ), ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିବା ସହ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।
ଅତିଥି ମାନେ ସଭାର ସଭାପତି ତଥା ଗିରିଧର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟ , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ପୁରସ୍କାର ବିତରଣ ଉତ୍ସବ- ୨୦୨୫ ର ଆୟୋଜନ ପାଇଁ ବିଦ୍ୟାଳୟର ଓ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତୋରୁତର ଉନ୍ନତି କାମନା କରିବା ସହ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।
ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁନ୍ଦର ନୃତ୍ୟ ଗୀତର ସାସ୍କୃତିକ କାର୍ଯକ୍ରମ ମାଧ୍ୟମରେ ଉତ୍ସବକୁ ସରସ ସୁନ୍ଦର କରିବା ସହ ଅଭିଭାବକ ଓ ଉପସ୍ଥିତ ଜନସାଧାରଣଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ପ୍ରଧାନ ଶିକ୍ଷକ ତଥା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମିତା ରାଣୀ ମହାନ୍ତି ସଂପାଦକୀୟ ବିବରଣୀ ପଠନ କରିଥିଲେ। ସାମ୍ବାଦିକ ବିନୋଦ କୁମାର ସାହୁ, ରଂଜିତ କୁମାର ସାହୁ, ବିପିନ୍ କୁମାର ସାହୁଙ୍କୁ ସାମ୍ବାଦିକତା ବୃତ୍ତି ପାଇଁ ବିଦ୍ୟାଳୟ ତରଫରୁ ବ୍ଲକ୍ ଶିକ୍ଷା ଅଧିକାରିଣୀ ସମ୍ମାନିତ କରିଥିଲେ ।
ଏହି ପରିପ୍ରେକ୍ଷିରେ କୁଳାସର କ୍ଳଷ୍ଟର ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ବି ଇ ଓ ବନଲତା ବେହେରା, ଅବସର ପ୍ରାପ୍ତ ଏ ବି ଇ ଓ ବସନ୍ତ କୁମାର ରାଉତ, ଓ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କ ତତଫରୁ ପୂର୍ବତନ ଶିକ୍ଷକ ତ୍ରିନାଥ ପ୍ରଧାନ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜ କିଶୋର ପଟ୍ଟନାୟକ ଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ବାଳିକା, ବାଳକ ମାନଙ୍କୁ ନୃତ୍ୟ ଶିକ୍ଷା ଦାନ ପାଇଁ ଅନୁଷ୍ଠାନ ତରଫରୁ ବି ଇ ଓ ବନଲତା ବେହେରା ସ୍ଵସ୍ତିପ୍ରଜ୍ଞା ସାମନ୍ତରାୟଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରାୟ ଏକ ହଜାରରୁ ଊର୍ଦ୍ଧ ଜନସମାଗମ ଏ ଉତ୍ସବ ଅବସରରେ ଦେଖିବାକୁ ମିଳିଥିଲା । ଶିକ୍ଷୟତ୍ରୀ ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result