ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ଠାରେ ୪୪ ହଜାର୫୭୪ରୁ ଉର୍ଦ୍ଧ୍ବ କ୍ୟାପାସିଟି ଥିବା କୁହାଯାଉଥିବା ବେଳେ ଏହାର ବାସ୍ତବତା କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି ।

୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଆଜି ବୁଧବାର ଠାରୁ ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ କାଉଣ୍ଟରରେ ଜନସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେଇଛି । ଟିକେଟ୍ ବିକ୍ରି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାଉଣ୍ଟର ମାନଙ୍କରେ ସିସିଟିଭି ଖଞ୍ଜାଯାଇଛି ।

ଟିକେଟ ବିକ୍ରୀରେ ଶୃଙ୍ଖଳା ରକ୍ଷା ନିମନ୍ତେ ୧୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ରେ ତିନୋଟି କାଉଣ୍ଟର ଖୋଲା ଯାଇଅଛି । ପ୍ରତ୍ୟେକ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଦୁଇଟି ଟିକେଟ ଗ୍ରହଣ କରି ପାରିବେ । ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ଖୋଲାଯାଇଛି।

ଟିକେଟ କିଣିବା ପାଇଁ ଲୋକମାନେ ରାତିରୁ ଧାଡ଼ି ବାନ୍ଧି ଥିବାର ଲକ୍ଷ୍ୟ କରାଯାଇଛି । ବାରବାଟି ଷ୍ଟାଡିୟମ୍ ରେ କେତେ ଲୋକ ବସି ପାରିବେ, ଟିକେଟ୍ ବିକ୍ରି ହେଉଛି କେତେ, ବଣ୍ଟା ହେଉଛି କେତେ, ଏହାକୁ ନେଇ ସାଧାରଣରେ ନାନା ଆଶଙ୍କା ଦେଖା ଦେଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମର କ୍ୟାପାସିଟି ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଛି ତାହାର ସତ୍ୟତା ନେଇ କ୍ରୀଡା ମହଲରେ ଚର୍ଚ୍ଚା ହେଉଛି ।

ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ଠାରେ ୪୪ ହଜାର୫୭୪ରୁ ଉର୍ଦ୍ଧ୍ବ କ୍ୟାପାସିଟି ଥିବା କୁହାଯାଉଥିବା ବେଳେ ଏହାର ବାସ୍ତବତା କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି । ସରକାରଙ୍କର କ୍ରୀଡା ବିଭାଗ ବା ପୋଲିସ ପ୍ରଶାସନ ପକ୍ଷରୁ ବାସ୍ତବରେ ବାରବାଟି ଷ୍ଟାଡିୟମ୍ ର କ୍ୟାପାସିଟି କେତେ ତାହା ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ର କ୍ୟାପାସିଟି ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଉଛି l

ତାହାକୁ ସରକାରଙ୍କର କ୍ରୀଡା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍ଵୀକାର କରି ଆଖିବୁଜି ଗ୍ରହଣ କରୁଛନ୍ତି।

ଟିକେଟ ବିକ୍ରି ହେଉଛି କେତେ, ବଣ୍ଟା ହେଉଛି କେତେ..?

ଷ୍ଟାଡିୟମ୍ ରେ କେତେ ଲୋକ ବସି ପାରିବେ..?

ଖେଳ ସମୟରେ ବାକି ସ୍ଥାନ କଣ ଖାଲି ପଡ଼ିଛି ..?

ଗ୍ୟାଲେରୀରେ ଚିହ୍ନଟ ସିମେଣ୍ଟ ଆସନରେ ଜଣେ ବସିବେ ବୋଲି ଘୋଷଣା ଥିଲେ ମଧ୍ୟ ସେଠାରେ ତିନି ଜଣ ବସନ୍ତି ନା ନାହିଁ..?

ସେଇ ଅନ୍ୟ ଦୁଇ ଜଣଙ୍କର ଟିକେଟ କେଉଁଠି, ତେଣୁ ବାରବାଟି ଷ୍ଟାଡିୟମ୍ ରେ କ୍ୟାପାସିଟି କେତେ ଟିକେଟ ବିକ୍ରି ହୁଏ କେତେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ବିକ୍ରୀ କମ୍ ବଣ୍ଟା ବେଶୀ ।