No Result
View All Result
୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଶୁକ୍ରବାର ବାଗଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ବ୍ଲକ ଶିକ୍ଷା ଅଧିକାରିଣୀ ସୌଦାମିନୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀ ମତୀ ପାତ୍ର, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସମ୍ମାନିତ ଅତିଥିତି ଭାବେ ଏଡିଇଓ ରାଜ୍ୟଶ୍ରୀ ସାହୁ, ଜିଲ୍ଲା ସଂଯୋଜକ ତପନ କୁମାର ନନ୍ଦ, ନିପୁଣ ଓଡିଶା ଜିଲ୍ଲା ଶୈକ୍ଷିକ ସଂଯୋଜକ ଝାଡ଼େଶ୍ୱର ମଲ୍ଲିକ,
ପୂର୍ବତନ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭୁବନ କାନ୍ତି ପଟ୍ଟନାୟକ, ଏବିଇଓ ପ୍ରକାଶ ରଞ୍ଜନ ଦାଶ, ପୂର୍ବତନ ଯନ୍ତ୍ରୀ ଶୈଳେନ୍ଦ୍ର ମହାନ୍ତି, ସମାଜ ସେବୀ ଜୀବନ ପଟ୍ଟନାୟକ, ମୋ ସ୍କୁଲ ସଭାପତି ସଞ୍ଜୟ କୁମାର ଦାସ, ଏସଏମସି ସଭାପତି ସୁଶାନ୍ତ କୁମାର ଭୋଇ,ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ, ସମିତି ସଭ୍ୟା ମମତା ମଲ୍ଲିକ, ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ବସନ୍ତ ଶତପଥୀ, ଏବିଇଓ ରଞ୍ଜନା ଦାସ ପ୍ରମୁଖ ଯୋଗ ଦେଇଥିଲେ l ସେମାନେ କହିଲେ ମୌଳିକ ସ୍ତରରେ ଯେପରି ଶିକ୍ଷାର୍ଥୀ ମାନେ ଶିକ୍ଷଣ ସ୍ତରରେ ସମସ୍ତ କାର୍ଯ୍ୟ ଦକ୍ଷତାର ସହ କରିବା,
ବିଶେଷ କରି ଭାଷା ଗଣିତ ଉପରେ ଶିକ୍ଷାର୍ଥୀ ମାନେ ଦକ୍ଷ ହେବା, ଅଧାରୁ ପାଠ ଛାଡୁଥିବା ଏସସି ଏସଟି ସାମ୍ପ୍ରଦାୟର ପିଲା ମାନଙ୍କୁ ଏହି ବ୍ୟବସ୍ତାର ମୁଖ୍ୟ ସ୍ରୋତରେ ସାମିଲ କରିବା, ଏହାକୁ ସଫଳ କରିବା ପାଇଁ ଅଭିଭାବକ, ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା, ପିଲା ମାନଙ୍କୁ ଗଳ୍ପ, କବିତା ଓ ଚିତ୍ର ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ସହ ପ୍ରଥମ, ଦୁତୀୟ ଏବଂ ତୃତୀୟ ଶ୍ରେଣୀ ପିଲା ମାନଙ୍କ ମୂଳଦୁଆ ମଜଭୂତ କରିବା କାର୍ଯ୍ୟ କ୍ରମ ଏହାର ମୁଖ୍ୟ ଉଦେଶ୍ୟ l ପିଲା ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ପରିବେଷଣ କରାଯିବା ସହ ଉଚ୍ଛର୍ଗୀ କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ କେଦାରେ ସ୍ୱର ରାଉତ, ବଂଶୀଧର ତ୍ରିପାଠୀ ଓ ଶିକ୍ଷୟତ୍ରୀ ପ୍ରିୟତମା ସାହୁ l ବ୍ଲକର ବହୁ ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀ ସହାୟତା କରିଥିଲେ l ଶେଷରେ ଶିକ୍ଷୟତ୍ରୀ ଦୀପ୍ତି ମୟୀ ପଶାୟତ ଧନ୍ୟବାଦ ଦେଇଥିଲେ l

No Result
View All Result