No Result
View All Result

୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ସିଏମସି ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ସାମଲ ସାହିରେ ବାଳୁତ କୁମର ବିଗ୍ର ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଶୁକ୍ରବାର ରାତିରେ ଉଦଯାପିତ ହେବ । ଏହି ଉପଲକ୍ଷେ କଳସ ସ୍ଥାପନ, ସୂର୍ଯ୍ୟ ପୂଜା , ମଣ୍ଡଳ ସ୍ଥାପନ, ଅଗ୍ନି ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।
ଶୁକ୍ରବାର ବିଗ୍ର ସ୍ଥାପନ ସାଙ୍ଗକୁ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯିବ । ଆୟୋଜିତ ଉତ୍ସବରେ ଗୁରୁବାର ସନ୍ଧ୍ୟାରେ କଟକ ସଦର କଂଗ୍ରେସ କମିଟିର ନେତା ରାମଚନ୍ଦ୍ର ଗୋଛୟତ, ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ୫୬ ନମ୍ବର ୱ।ର୍ଡ଼ର କଂଗ୍ରେସ ନେତା ସାଗର ବେଉରା ,
ଶରତ ନାୟକ, ସୁରେନ୍ଦ୍ର ସାମଲ , ସାଜନ ଖାଁ , କାର୍ତ୍ତିକ ସାମଲ , ପ୍ରମୋଦ ଦାସଙ୍କ ସମେତ ବହୁ କଂଗ୍ରେସ ସଦସ୍ୟ ବାଳୁତ କୁମର ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ । ଶିଶିର ସାମଲ, ଅର୍ଜୁନ ସାମଲ, ଚନ୍ଦ୍ରମଣୀ ସାମଲଙ୍କ ସମେତ ସାମଲ ସାହିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

No Result
View All Result