No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ପରିସରରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ଭାଜପା ସରକାର ଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ହେଉଥିବା ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟିଭି ମାଧ୍ୟମରେ ପ୍ରସାରିତ ହେଉଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଅନେକ ମନ୍ତ୍ରୀ ବିଧାୟକ ଓ ଅଫିସର ମାନେ ସାମିଲ ହୋଇ ଅଭିଭାଷଣ ରଖିଥିଲେ l

କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ଏମ୍ବିକେ, ସିଆରପି, ଏସ ଏଚ ଜି ମହିଳା ମାନେ ଯୋଗଦେଇ ଦେଖିଥିଲେ l ରାଜ୍ୟରେ 5ହଜାର କୋଟି ଟଙ୍କାର 5ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ ହେବବୋଲି କୁହାଯାଇଥିଲା l ବିଶେଷ କରି ମୌଳିକ ଭିତ୍ତି ଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାରେ ସୁଦୃଢ଼ୀକରଣ, ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରିଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀ କରଣ, ଖୁଦ୍ର ପର୍ଯ୍ୟଟନୀ ସ୍ଥଳୀର ବିକାଶ ଓ ଉନ୍ନତି କରଣ,

ଶିକ୍ଷା ଓ କ୍ରୀଡା ଭିତ୍ତିଭୂମି ସମ୍ପ୍ରସାରଣ ଓ ଆଧୁନିକି କରଣ, ନୂତନ ଅଭିନବ ଜନ ମଙ୍ଗଳକlରି ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ହେବାର ଯୋଜନା ରହିଥିବା କୁହାଯାଇଥିଲା l କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶ୍ୱଜିତ ବିଶ୍ୱାଳ l କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଏବିଡ଼ିଓ ନିରୋଦ କୁମାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ l

No Result
View All Result