No Result
View All Result

୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବସ ଟି ଘାଟି ଓହ୍ଲାଇବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସୂଚନା ପାଇ ନୂଆଗଡ ବ୍ଲକ ଖଜୁରିପଦା ଫାଣ୍ଡି ଓ ରାୟଗଡ ପୋଲିସ ଏବଂ ଅଗ୍ନିଶମ ବାହିନୀର ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଖଜୁରିପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ୪ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

No Result
View All Result