No Result
View All Result
ପଞ୍ଚୁପାଣ୍ଡବ ମହୋତ୍ସବ ଦ୍ଵାରା ନୂଆଗାଁ ବ୍ଲକ୍ ର କଳା,ଐତିହ୍ୟ ,ସଂସ୍କୃତି ରାଜ୍ୟ ରେ ପରିଚିତ ହୋଇଛି l
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାର ଥିବା କଲେଜ ସମ୍ମୁଖ ମହୋତ୍ସବ ପଡ଼ିଆରେ ସପ୍ତମ ପାଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ ଟାରେ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରିକାନ୍ତ ବେହେରା ଯୋଗଦେଇ ବୃକ୍ଷ ରୋପଣ,ଯୁବ ସମାଜର ଗଠନ ମୂଳକ କାର୍ଯ୍ୟ , ପଲ୍ଲିଶ୍ରୀ ମେଳା ଦ୍ଵାରା କିପରି ମା ମାନେ ସ୍ବାବଲମ୍ବୀ ହୋଇପାରୁଛନ୍ତି କହିବା ସହ ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଠା ଯୋଗୁଁ ଏଭଳି ଐତିହାସିକ ମହୋତ୍ସବ କୁ ପ୍ରଶଂସା କରିଥିଲେ ।
ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ , ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲାପରିଷଦ ଉପାଧ୍ଯକ୍ଷା ବିଷ୍ଣୁପ୍ରିୟା ବେହେରା, ଅତିରିକ୍ତ ଆରକ୍ଷୀ ଅଧୂକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ , ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ମହୋତ୍ସବ କମିଟିର ସଂଯୋଜକ ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ନୂଆଗାଁ ବ୍ଲକ୍ କଳା,ସଂସ୍କୃତି ,
ଐତିହ୍ୟ ଏବଂ ବୀରତ୍ୱର ଗାଥା ବର୍ଣ୍ଣନା କରିଥଲେ।।ବିଜେଡ଼ି ସଭାପତି ତଥା ମହୋତ୍ସବ କମିଟିର ସଭ୍ୟ ସନାତନ ସାମଲ ଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ମହୋତ୍ସବ ତରଫରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। । ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ଦ୍ଵାରା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଯୋଗ ଶିକ୍ଷକ ପରମା ନନ୍ଦ ପରିଡ଼ା ,ଯୁବ ଡାକ୍ତର ଆଲୋକ କୁମାର ସାହୁ ,
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପତିତ ପାବନ ସାହୁ ଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା । ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜନ ସାଧାରଣ ଙ୍କ ସହଯୋଗ ଆବଶ୍ୟକ ବୋଲି ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା କହିଥିଲେ । ଆଜିର ସଂଧ୍ୟା କାଳୀନ ସଭା ମଞ୍ଚ ପରିଚାଳନା କବି ଗୋପୀନାଥ ସେଠୀ ,
ଅଧ୍ୟାପିକା ନିଳୀମା ନନ୍ଦ,ଶିକ୍ଷକ ଶ୍ରୀଧର ବେହେରା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ନୂଆଗାଁ କଲେଜ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ। ଏହାପରେ ବରଗଡ଼ର ମା’ ଅୟିକା ସାଂସ୍କୃତିକ କଳାପରିଷଦ ଦ୍ୱାରା ନୂଆଗାଁ ବନ୍ଦନା, ଦୁଇଦୁଲି ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ଜଟଣୀ ନୃତ୍ୟଶ୍ରୀ ଗ୍ରୁପ୍ ଦ୍ୱାରା ମଣିପୁରୀ-ଦାଣ୍ଡିଆ,
ପଞ୍ଜାବୀ-ଭାଙ୍ଗଡ଼ା, ଗୁଜୁରାଟ-ଦାଣ୍ଡିଆ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା । ବିଶେଷକରି ଶାଶ୍ବତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ଅନୁଷ୍ଠିତ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । । ଏହି ମହୋତ୍ସବରେ ପଡ଼ିଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଗ୍ରାହକମାନଙ୍କର ଭିଡ଼ ଦେଖୁବାକୁ ମିଳିଥିଲା ।

No Result
View All Result