୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ମାଲକାନଗିରି ମିଳିତ ଆନୁକୂଲ୍ୟରେ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ମାଥିଲି ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩୮ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୬୩ ଲକ୍ଷ ୭୯ ହଜାର ୨୦୦ ଟଙ୍କା ଅର୍ଥ ରାଶିର ସହାୟତା ବିତରଣ କରାଯାଇଛି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସମ୍ମାନୀତ ଅତିଥି ଭାବେ ପଞ୍ଚlୟତ ସମିତି ଅଧକ୍ଷ ମହେଶ ବାକl, ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଲଷ୍ମୀପ୍ରିୟା ନାୟକ ଏବଂ ଜୋନ ୨ ସଦସ୍ୟ ସସ୍ମିତା ମାଝୀ ଏବଂ ସାଂସଦ ପ୍ରତିନିଧି ସନ୍ତୋଷିନୀ ପାତ୍ର, ଆଇଆଇସି ଦେବଦତ ମଲ୍ଲିକ, ସରପଞ୍ଚ କାନମରଜ, ସମିତି ସଭ୍ୟ ବାଲ ରାଜୁ କୋପେ, ସମାଜ ସେବୀ ସ୍ମୃତି ରଞ୍ଜନ ପାଢ଼ୀ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମକୁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ପଞ୍ଜିକରଣ, ନବୀକରଣ ଏବଂ ବିଭିନ୍ନ ସହାୟତା ପାଇଁ ଅନଲାଇନ ଆବେଦନ ସମ୍ପର୍କ ରେ ବୁଝାଇଥିଲେ l ସହକାରୀ ଶ୍ରମ ଅଧିକାରୀ ପୁର୍ଣିମା ଡୁରୁକା ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ନୂତନ ଭାବରେ ପଞ୍ଜିକୃତ ହୋଇଥିବା ୩୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବିତରଣ କରାଯାଇଥିଲା ଏବଂ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ତରଫରୁ ୨୦୦ ଜଣଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବା ନିମନ୍ତେ ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ରାଧାରମଣ ପଣ୍ଡା ଓ ବିଜୟlନନ୍ଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।