No Result
View All Result
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ହୋଟେଲ ସାଗର ତରଙ୍ଗରେ ଦୁଇ ଦିନିଆ ସଖୀ ସହେଲି ସମ୍ମିଳନୀ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଆକ୍ସନଏଡ୍ ଆସୋସିଏସନ୍ ଦ୍ୱାରା ମିଳିତ ଭାବରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ସହେଲି ସମ୍ମିଳନୀ ଉଦଯାପିତ ହୋଇଯାଇଛି। ସମାପନ ସମାରୋହରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପୁରୀର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଡି ଏସ ଡବ୍ଲୁ ଓ ତନୁପ୍ରଭା ବେଉରା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରକଳ୍ପ ଅଧିକାରୀ ଶୁଭ ନାରାୟଣ ଶତପଥୀ, ଆକ୍ସନଏଡ୍ ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ବାଲ୍ୟ ବିବାହ ନିରୋଧ ଏବଂ ଶିଶୁ ସୁରକ୍ଷା ପ୍ରକଳ୍ପ ର ଜାତୀୟ ପ୍ରକଳ୍ପ ନେତୃତ୍ୱ ଘାସିରାମ ପଣ୍ଡା ଏବଂ ରାଜ୍ୟ ଏମଂ ଆଣ୍ଡ ଇ ଅଫିସର ସୌରିଷ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମାରୋହରେ ସଖୀ-ସହେଲି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ସ୍ବରୂପ ଓଡ଼ିଶାର ତୃଣମୂଳ ଓଡ଼ିଶାର କୈଶୋର ମାନଙ୍କୁ ବିଶେଷକରି ଝିଅମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବନର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିବା । ଆକ୍ସନଏଡ୍ ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିବା ସହ କହିଥିଲେ, “ସଖୀ ସହେଲି ସମ୍ମିଳନୀ ରାଜ୍ୟର ତୃଣମୂଳ ସ୍ତରୀୟ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ଏକ ପ୍ରମୁଖ ମଞ୍ଚ “। ଏହି କିଶୋରମାନେ ସେମାନଙ୍କ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଆଦର୍ଶ । ସରକାରଙ୍କ ଦ୍ଵାରା ଚାଲୁରହିଥିବା ଅଦ୍ଵିକ। କାର୍ଯକ୍ରମ ପ୍ରାଥମିକ ସ୍ତରରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ହେଲେ ଆମେ ଗର୍ବର ସହ ଘୋଷଣା କରୁଛୁ ଯେ ବର୍ତ୍ତମାନ ୧୪୦୦୦ ଗ୍ରାମକୁ ଏବେ ସୁଦ୍ଧା ବାଲ୍ୟବିବାହ ମୁକ୍ତ ଗ୍ରାମ ରୂପେ ଘୋଷଣା କରାଯାଇଅଛି ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ସତପଥୀ ଶିଶୁ ମାନଙ୍କର ଅଂଶଗ୍ରହଣର ଅଧିକାର ଉପରେ ଗୁରୁତ୍ୱ ବିଷୟରେ ଆଲୋକପାତ କହିଥିଲେ। ସେ ଯୁନିସେଫ ଓ ଆକ୍ସନଏଡର ପ୍ରୟାସକୁ ପ୍ରଶଂସା କରିବା ସହ ଜୀବନ ପରିବର୍ତ୍ତନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କିଶୋରୀମାନଙ୍କୁ ଶିଖିବାର ଇଚ୍ଛାକୁ ସର୍ବଦା ଉଦଜାଗାର ରଖିବାକୁ ଉତ୍ସାହିତ କରିଥିଲେ, “ଶିକ୍ଷା ଜୀବନକୁ ଉନ୍ନତ କରିଥାଏ ଏବଂ ଏକ ଜୀବନ ପରିବର୍ତନ ର ମୋଡ଼ ଭାବରେ କାର୍ଯ୍ୟ କରିଥାଏ । ଶିଶୁ ଅନନ୍ୟ ପ୍ରତିଭାର ଗନ୍ତାଘର ଏବଂ ଶିକ୍ଷା ସହ ଜୀବନ କୌଶଳ ର ଆବଶ୍ୟକତାକୁ ବୁଝିବା ଆବଶ୍ୟକ ,ଏହା ପାଠ୍ୟ ପୁସ୍ତକରେ ସୀମିତ ହେବା ଆବଶ୍ୟକ ନୁହେଁ ବୋଲି ମତ ଦେଇଥିଲେ ।
ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ ମାନେ ଅଦ୍ଵିକା କାର୍ଯ୍ୟକ୍ରମ ଆରମ୍ଭ ପରଠାରୁ କିଶୋରୀ ମାନଙ୍କ ସହ ଯୋଗାଯୋଗ ଓ ଅଦ୍ଵିକା କାଲେଣ୍ଡର ଅନୁସାରେ ମାସିକ ବିଷୟ ଗୁଡିକ ଉପରେ ଆଲୋଚନା କରି ନିଜର ମତ ଦେଇଥିଲେ ଏବଂ ଅଦ୍ଵିକା ଏକ ସଫଳ ମଞ୍ଚ ବୋଲି କହିଥିଲେ । ଶେଷରେ ଆକ୍ସନଏଡ୍ ର ରାଜ୍ୟ ଅଫିସର ସୌରିଷ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result