No Result
View All Result
0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ମଜଦୁର ସଂଘର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା । ଆପୋଲୋ ହସ୍ପିଟାଲ ମଜଦୁର ସଂଘ ହେବା ଦିନଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚକ୍ରାନ୍ତ କରି ସଂଘ ସମସ୍ୟଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ସହ ଆକ୍ରୋଶମୂଳକ ବଦଳି/ଛଟେଇ କରି ଆସୁଛନ୍ତି ।
ସଂଘର ଦୁଇଜଣ ସଦସ୍ୟଙ୍କୁ ବଦଳି କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଜୋର ଜବରଦସ୍ତ ଇସ୍ତଫା କରାଇ ନେଇଛନ୍ତି । ଅନ୍ୟ ସଦସ୍ୟମାନଙ୍କୁ ଧମକ ଦିଆଯାଉଛି । ଏହି ପ୍ରସଙ୍ଗ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ନ ମିଳିିବାରୁ ହସ୍ପିଟାଲ ଗେଟ୍ ସମ୍ମୁଖରେ ଅନୁଷ୍ଠିତ ବୈଠକରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି ।
ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଏହା ଉପରେ ବିହିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସମ୍ପର୍ଣ୍ଣ ଅସହଯୋଗ କରିବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାରତୀୟ ମଜଦୁର ସଂଘର ନେତା ରଞ୍ଜନ କୁମାର ଦାସ, ସତ୍ୟବ୍ରତ ପରିଡ଼ା, ତ୍ରିଲୋଚନା ସାହୁ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ, ଆପୋଲୋ ହସ୍ପିଟାଲ ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥସାରଥୀ ମହାନ୍ତି ଓ ସଭାପତି ଜଗନ୍ନାଥ ଦାସଙ୍କ ସମେତ ଅନ୍ୟମାନେ ସଭା ପରିଚାଳନା କରିଥିଲେ ।

No Result
View All Result