0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମଣିବନ୍ଧ ପଂଚାୟତ ଅଧିନ ମଣିବନ୍ଧ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା 2025 କାର୍ଯ୍ୟକ୍ରମ ଦଦରକାନ୍ଥ ଆଶ୍ରମ ବିଦ୍ୟାଳୟ ମଣିବନ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁନନ୍ଦା ବରାଳଙ୍କ ସମେତ ସମ୍ମାନିତ ଅତିଥି ସମିତି ସଭ୍ୟା ତଅପୋଇ ନାୟକ ଓ ଦଦରାକଣ୍ଠ ୱାର୍ଡ ମେମ୍ବର ସୁକୁଟି ନାୟକ ଯୋଗ ଦେଇ ନିପୁଣ ଓଡ଼ିଶାର ଗୁରୁତ୍ୱପୂର୍ଣ ଦିଗ ,ଅଭିଭାବକ ତଥା ଗୋଷ୍ଟି ସଂପୃକ୍ତି ବିଷୟରେ ଶ୍ରେଷ୍ଠ ମତ ପୋଷଣ କରିଥିଲେ l

ଏହି କର୍ଯ୍ୟକ୍ରମରେ 8ଟି ବିଦ୍ୟାଳୟରୁ 140 ଜଣ ଛାତ୍ରଛାତ୍ରୀ ,80ଜଣ ଅଭିଭାବକ,ଅଙ୍ଗନବାଡି କର୍ମୀ ,ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଓ 8 ଜଣ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇ ସେମାନଙ୍କର ସର୍ବୋତ୍ତମ ଅଭିନବ ପ୍ରୟାସ ସ୍ୱରୂପ ବିଭିନ୍ନ କ୍ରିୟାକଳ୍ପକୁ ମେଳାରେ ପ୍ରଦର୍ଶନ କରିବା ସହ ଜାତୀୟ ଶିକ୍ଷା ନୀତି 2020 ର ଶିକ୍ଷାଦାନ ଢାଞ୍ଚା କୁ ବୁଝିଥିଲେ l

ଏହି ଅବସରରେ ନିପୁଣ ସଂଗୀତ ର ସମବେତ କାନ୍ଥ ଦାନ ସହ ଶପଥ ପାଠ କରାଯାଇଥିଲା l ତନ୍ମୟ କୁମାର ତ୍ରିପାଠୀ ମଂଚ ପରିଚାଳନା କରିଥିଲେ l ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ବିଭାଗ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିପିନ ବିହାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l














