ଏହା ପରେ ଗ୍ରାମବାସୀମାନେ ବାରଙ୍ଗ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ରର ଏକ କପି ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହା ପୂର୍ବରୁ ଅନେକବାର ବାରଙ୍ଗ ବିଡିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀମାନେ ଆନ୍ଦୋଳନ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଦାବିପତ୍ର ପ୍ରଦାନ ପରେ ବାରଙ୍ଗ ତହସିଲଦାର ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ସାକ୍ଷାତ କରିଥିଲେ ।
ଅଭିଭାବକମାନଙ୍କ ପକ୍ଷରୁ ଆଗାମୀ ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମାର୍ଥାପୁର ସରକାରୀ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ମମତା ବେହେରା, ମଞ୍ଜୁଲତା ବିଶ୍ୱାଳ, କୁନିଲତା ନାୟକ, ପୁଷ୍ପଲତା ପାଇଟାଲ, ରଶ୍ମିତା ପାଇଟାଲ, ଅମ୍ୱିକା ବିଶ୍ୱାଳ, ସମିତା ଓଝା, ସୌଦାମିନୀ ପାଇଟାଲ, ବିଦ୍ୟାଳୟ ସୁରକ୍ଷା କମିଟି କଟକ ଜିଲ୍ଲା ସଂଯୋଜକ ଇଶା ଧର ଓ ବାରଙ୍ଗ ବ୍ଲକ ସଂଯୋଜକ ରାଜେଶ ରାଉତଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

© 2023 Odisha Taza News.