• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋଏଡ଼ା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
February 3, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
Noida Jagannath Temple celebrates Pran Pratishtha Mahotsava
Share on FacebookShare on TwitterWhatsapp

୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୋଏଡ଼ା/ ନୂଆଦିଲ୍ଲୀ  :- ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପାଞ୍ଚଦିନିଆ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭବ୍ୟ ଉତ୍ସବ ଉପଲକ୍ଷେ ୧୨୧ ନମ୍ବର ସେକ୍ଟରସ୍ଥିତ ନବ ନିର୍ମିତ ଜଗନ୍ନାଥ ମନ୍ଦିରଟିକୁ ଖୁବ ସରସ ଓ ସୁନ୍ଦର ଭାବରେ ରଙ୍ଗବେରଙ୍ଗର ଫୁଲ, କପଡ଼ା ଏବଂ ଆଲୋକମାଳା ସହିତ ସଜା ଯାଇଥିବା ଦେଖାଯାଇଥିଲା । ପ୍ରାଣ ପ୍ରତିଷ୍ଠା ପାର୍ବଣକୁ କେନ୍ଦ୍ର କରି ଏଠାରେ ପାଞ୍ଚଦିନ ଯାକ ସଙ୍ଗଠକ,  ଶ୍ରଦ୍ଧାଳୁ ଏବଂ ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉତ୍ସାହ, ଅସୀମ ଉତ୍କଣ୍ଠା ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା ।

ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଠାକୁର ଶ୍ରୀସୁଦର୍ଶନଙ୍କର ବିଗ୍ରହମାନଙ୍କରେ ପ୍ରାଣ ସଂସ୍ଥାପନା କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥ ସମିତିର ସଭପତି ବିଶ୍ଵନାଥ ତ୍ରିପାଠୀ, ସାଧାରଣ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଉପ-ସଭାପତି ପ୍ରମୋଦ ଭଲ ଏବଂ ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ ପ୍ରମୁଖଙ୍କର ନେତୃତ୍ଵରେ କମିଟିର କର୍ମକର୍ତ୍ତା, ସଦସ୍ୟ ଓ ସ୍ବେଛାସେବୀମାନେ ସମଗ୍ର ମହୋତ୍ସବକୁ ଅଭୁତପୂର୍ବ ଭାବେ ସଫଳ କରାଇବାରେ ସକ୍ଷମ ହୋଇଥିଲେ ।

ବସନ୍ତ ପଞ୍ଚମୀର ଶୁଭ ତିଥିରେ ଫେବୃୟାରୀ ୨ ତାରିଖ ଦିନ ବହୁ ଆକାଂକ୍ଷିତ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କର୍ତ୍ତାର ଦାୟିତ୍ଵ ନିର୍ବାହ କରି ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ କରିଥିଲେ। ଆଦ୍ୟ ସେବକ ଭାବରେ ଗଜପତି ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ସର୍ବପ୍ରଥମେ ପୂଜା ଅର୍ଘ୍ୟ ପ୍ରଦାନ କରିଥିଲେ। ଏହି ସମାରୋହରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସାଂସଦ ଡଃ ମହେଶ ଶର୍ମା, ଡଃ ରବୀନ୍ଦ୍ର ନାରାୟଣ ବେହେରା, ସୁରେନ୍ଦ୍ର ନାଗର, ବିଧାୟକ ପଙ୍କଜ ସିଂହ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ବରିଷ୍ଠ ବିଜେପି ନେତା ଶ୍ୟାମ ଯାଜୁ, ଉପେନ୍ଦ୍ର ସିଂହ, ରବି ରୋଷନ, ଦିନେଶ ଖାଡ଼େ, ବିଶିଷ୍ଟ ଉଦ୍ୟୋଗପତି ରାଜେଶ ସହାୟ, ବ୍ରହ୍ମା ମିଶ୍ର, ନାରୀ ନେତ୍ରୀ ଡଃ ଚିଦାତ୍ମିକା ଖଟୁଆ, ଧର୍ମଗୁରୁ ଆଚାର୍ଯ୍ୟ ଶୈଳେଶ ତିୱାରୀ, ସନ୍ଥ ଗୌତମ ଋଷି ଏବଂ ଦିଲ୍ଲୀ ସରକାରର ମନ୍ତ୍ରୀ ସଞ୍ଜୟ ଗେହେଲଟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଶ୍ରୀଜୀଉମାନଙ୍କୁ ଜୀବନ୍ତ ସ୍ୱରୂପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପ୍ରାଣ ପ୍ରତିଷ୍ଠା ବିଧିକୁ ହିନ୍ଦୁ ଧର୍ମରେ ଏକ ସ୍ବତନ୍ତ୍ର ମହତ୍ଵ ପ୍ରଦାନ କରାଯାଇଥାଏ । ଏହି ପବିତ୍ର ପର୍ବ ଉପଲକ୍ଷେ ମନ୍ଦିରରେ ସ୍ବତନ୍ତ୍ର ପୂଜା, ରୀତିନୀତି, ଉପଚାର, ଆଧ୍ୟାତ୍ମିକ ପ୍ରବଚନ, ବୈଦିକ ସେବା,ଭଜନ କୀର୍ତ୍ତନ,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆଦିର ଭବ୍ୟ ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରକାରର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୁରୀର ମୁକ୍ତି ମଣ୍ଡପ ତରଫରୁ ପ୍ରେରିତ ସେବାୟତମାନ ଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଚୂଡାନ୍ତ କରାଯାଇଥିଲା । ଏହି ମହାନ ଧାର୍ମିକ ମହୋତ୍ସବରେ ଭାରତବର୍ଷର ବିଭିନ୍ନ ଦେବସ୍ଥାନ ଯଥା:-  ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଓ ବାରାଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ, ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ତୁଙ୍ଗ ନେତୃବୃନ୍ଦ ଆସି ଯୋଗ ଦେଇଥିବା ମନ୍ଦିର ସୂତ୍ରରୁ ପ୍ରକାଶ।

ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରର ଗର୍ଭଗୃହରେ ଶୋଭା ପାଉଥିବା ସୁସଜ୍ଜିତ ରତ୍ନ ସିଂହାସନ ଉପରେ ଦିଅଁମାନଙ୍କର ବିରାଜମାନର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା । ଏହି ମହୋତ୍ସବ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସୁନାମଧନ୍ୟ କଳାକାର ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରି ଦେଖଣାହାରୀମାନଙ୍କୁ ଅଭିଭୂତ କରି ଦେଇଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରେ ସନ୍ତୋଷ ରାଉତଙ୍କର ତତ୍ବାବଧାନରେ ସୁରମହ୍ଲାର ଗ୍ରୁପ, ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଏବଂ ସାଥି , ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଦିଲ୍ଲୀପ ଚୋପ୍ରା, ଅନୀଲ  ଚଞ୍ଚଲ , ବିଖ୍ୟାତ ଭଜନ ଗାୟକ ବିଜୟ ବର୍ମା, ଅମ୍ରିତା ଚତୁର୍ବେଦି, ବିଜୟ ଶର୍ମା, ମୋମାର ବିଶୁ ଓ ରୋହିତ କୁମାର ବବି ଏବଂ ଓଡ଼ିଶାରୁ ଆସିଥିବା ଦାଶ ନୃତ୍ୟଶାଳାର କଳାକାରବୃନ୍ଦ ଅନ୍ୟତମ ଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ମାଧବାନନ୍ଦ ମହାରାଜ ଶ୍ରୀଜଗନ୍ନାଥ ଅମୃତ କଥା ଉପସ୍ଥାପନ କରିଥିଲେ। ସମଗ୍ର ପାଞ୍ଚଦିନ ଧରି ମା ଖରାଖାଇ କୀର୍ତ୍ତନ ମଣ୍ଡଳୀ ସେମାନଙ୍କର ସୁଲଳିତ ବାଜଣା ଓ ସୁମଧୁର ଭକ୍ତି ସଙ୍ଗୀତରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ପ୍ରାଣ ପ୍ରତିଷ୍ଠା ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ ସୁରୁଖୁରରେ ସମାପନ କରିବାରେ ପରିଚାଳନାରେ କମିଟିର ସୁଦକ୍ଷ ସଦସ୍ୟ ବୃନ୍ଦ ଯଥା:- ନିଗମ ମହାନ୍ତି, ପ୍ରଶାନ୍ତ ଖିଲାର, ଅଭିମନ୍ୟୁ ପରିଡ଼ା, କିଶୋର ପରିଡ଼ା, ଦିଲ୍ଲୀପ ସ୍ୱାଇଁ, ରମେଶ ନାୟକ, ଅକ୍ଷୟ ସ୍ବାଇଁ, ପ୍ରକାଶ ରାୟ, ଆଦିତ୍ୟ ସ୍ବାଇଁ, ଦେବବ୍ରତ ମିଶ୍ର, ସୁବ୍ରତ ଜେନା, ସୁବଳ ବେହେରା ରବୀନ୍ଦ୍ର ନାୟକ, ପ୍ରସାଦ ପରିଡ଼ା, ପ୍ରଭାତ ଜେନା, ଅରୁଣ ସ୍ବାଇଁ, ଶିବରାମ ପାଣିଗ୍ରାହୀ, ଭରତ ପ୍ରଧାନ, ଏ.ଆର୍. ପରିଜା, ଯୁଧିଷ୍ଠିର ନାୟକ, ସୁଶାନ୍ତ ସୂତାର, ଅଜୟ କୁଅଁର, ହଳଧର ପାତ୍ର, ରବି ରାଉତ, ବିଶ୍ଵ ରଞ୍ଜନ ସ୍ୱାଇଁ, ଦେବବ୍ରତ ନାୟକ, ଅନୁପ ପରିଡ଼ା, ସନି ପରିଡ଼ା, ମହେଶ ପରିଡ଼ା ଓ ବିକ୍ରମ ପରିଡ଼ାଙ୍କର ଭୂମିକା ଖୁବ ଉଲ୍ଲେଖନୀୟ ଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

August 14, 2026
ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

August 14, 2026
ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା

ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା

August 14, 2026
ବିଜୁଳି ଶାସନ ଗଲାଣି ହୁଗୁଳି : ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି

ବିଜୁଳି ଶାସନ ଗଲାଣି ହୁଗୁଳି : ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି

August 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି

August 14, 2026
ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

August 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version