୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :- କଟକ ଜିଲ୍ଲାର ନିଆଳି ମହାବିଦ୍ୟାଳୟରେ ସଂସ୍କୃତି ବିଭାଗ ଓ ଉତ୍କଳ ସେବା ଟ୍ରଷ୍ଟର ମିଳିତ ସହଯୋଗରେ ଜାତୀୟ ଚର୍ଚ୍ଚା ସତ୍ର ଅବସରରେ ଅନୁଷ୍ଠିତ ସଭାରେ କାଳିଦାସଙ୍କ ସାହିତ୍ୟରେ ସମାଜ କଲ୍ୟାଣର ଭୂମିକା ଶୀର୍ଷକ ଆଲୋଚନାଚକ୍ର ମହାବିଦ୍ୟାଳୟର ପରିସରରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଵିନୋଦ ବିହାରୀ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାବା ଅଭିରାମ ସରସ୍ଵତୀ,
ମୁଖ୍ୟ ବକ୍ତା ଭାବେ ବେଦବିଦ୍ୟା ଅନୁଷ୍ଠାନର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, ଏବଂ ସମ୍ମାନୀତ ଅତିଥିଭାବେ ତିରୁପତି କେନ୍ଦ୍ରୀୟ ସଂସ୍କୃତି ବିଶ୍ଵବିଦ୍ୟାଳୟର ଡିନ, ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ, ରାଜସ୍ଥାନ ଜୟପୁର ବିଶ୍ୱବିଦ୍ୟାଳୟର ଡକ୍ଟର ପ୍ରଭାତ କୁମାର ଦାଶ, ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ଶ୍ରୀମତୀ ସୁଧସତ୍ତା ମିଶ୍ର,ସୁସାହିତ୍ୟିକ ବଦ୍ରିନାରାୟଣ ମିଶ୍ର, ପୂର୍ବତନ ସଂସ୍କୃତି ବିଭାଗ ର ମୁଖ୍ୟ କୈଳାସ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ଅଧ୍ୟାପିକା ଡକ୍ଟର ଜୟନ୍ତୀ ପଣ୍ଡା,
ଅଧ୍ୟାପକ ଡ଼କ୍ଟର ସତ୍ୟନାରାୟଣ ସାହୁ, ପ୍ରମୁଖ ଯୋଗ ଦେଇ କବି କାଳିଦାସଙ୍କ ସାହିତ୍ୟରେ ସମାଜ କଲ୍ୟାଣର ଭୂମିକା ଶୀର୍ଷକ ଆଲୋଚନା କରିଥିଲେ । ୨ୟ ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା , ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲାବେଳେ ଡକ୍ଟର ଜୟନ୍ତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l