୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ସମସ୍ଥ ଶିକ୍ଷାନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଆଜି ବସନ୍ତ ପଞ୍ଚମୀ ତିଥିରେ ମା ବାକ ଦେବି ସ୍ୱରସ୍ବତୀ ଦେବୀଙ୍କର ପୂଜା ଅନୁଷ୍ଠିତ ହୋଇ ଯାଇଛି ! ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରଙ୍ଗ ବିରଙ୍ଗର ପୋଷାକ ପରିଧାନ କରି ପୂଜା ନିମନ୍ତେ ନଡ଼ିଆ,

କଦଳୀ, ଫୁଲ, ଧୂପ, ଦୀପ ଆଦି ନେଇ ହୋମ ଯଂଜ୍ଞ କରି ଅନୁଷ୍ଠାନ ଗୁଡିକୁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ! ଅନେକ ଅନୁଷ୍ଠାନ ରେ ଅନ୍ନ ପ୍ରସାଦର ବ୍ୟବସ୍ଥା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ କରାଯାଇ ଥିଲା l















