୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମା ଭଗବତୀ ପୀଠ ଓ ଶ୍ରୀ ପଞ୍ଚମୁଖୀ ମନ୍ଦିର, ବାଲିଆ ଠାରେ ଶ୍ରୀ ପଞ୍ଚ ମୁଖି ହନୁମାନ ସେବା ଟ୍ରଷ୍ଟ ପକ୍ଷରୁ ଶ୍ରୀ ବିଘ୍ନ ରାଜ, ଗଜାନନ, ପ୍ରଭୁ ରାମ ଚନ୍ଦ୍ର ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର 6ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସହ ବିଶ୍ଵଶାନ୍ତି ମହlଜଜ୍ଞ ଓ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି l

ବୁଧବାର ଠାରୁ ଆରମ୍ଭ ହୋଇ ରବିବାର ପବିତ୍ର ବସନ୍ତ ପଞ୍ଚମୀରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି l ଏଥିରେ ଅଷ୍ଟମ ପ୍ରହର ନାମ ଯଜ୍ଞ, ଅଙ୍କୁରା ରୋପଣ, ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା ଜାଗିଂକ ପଣ୍ଡିତ ମାନଙ୍କ ଦ୍ୱାର ଘୃତା ହୂତି ପ୍ରଦାନ କରାଯାଇଥିଲା l ଶେଷରେ ଲଉଡ଼ି ପ୍ରତିଯୋଗିତା କରାଯାଇଥିଲା l















