୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ବାତିମିର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରବିବାର ସରସ୍ବତୀ ପୂଜା ଉଚ୍ଛବ ଓ ପିତୃ ମାତୃ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିଶୁ ବିଦ୍ୟାମନ୍ଦିରର ସଭାପତି ଡା ଉଷାରାଣି ବୋଷ ସଭାପତିତ୍ୱ କରିଥିଲେ l ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନାରାୟଣ ଜେନା ଯୋଗ ଦେଇ କହିଲେ ପିତା ମାତା ଓ ଗୁରୁଙ୍କର ଆଶ୍ରିବାଦ ଈଶ୍ୱରଙ୍କ ଆଶ୍ରିବାଦ ସହ ସମାନ l

ଈଶ୍ୱର ପରୋକ୍ଷରେ ଆଶ୍ରିବାଦ କରୁଥିବା ବେଳେ ବାପା ମା ଏବଂ ଗୁରୁ ପ୍ରତ୍ୟକ୍ଷ ଭାବରେ ସୁଭାଶିଷସର ହାତ ପିଲା ମାନଂକର ମଥା ଉପରେ ରଖି ଦେଇଥାନ୍ତି l ଏଣୁ ପ୍ରତିଟି ପିଲା ପ୍ରତ୍ୟହ ବାପା ମା ଏବଂ ଗୁରୁଙ୍କୁ ଈଶ୍ୱର ତୁଲ୍ୟ ମନେକରି ପ୍ରଣାମ କଲେ ଭବିଷ୍ୟତ ରେ ପିଲାଟି ଶୃଙ୍ଖଳିତ ମଣିଷଟିଏ ହୋଇ ପାରିବ l

ଏଥିରେ ବାରେଣ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟଯୋଗଦେଇଥିଲାବେଳେ ଅତିଥିତି ପରିଚୟ ଦେଇଥିଲେ ସମ୍ପାଦକ ବିକ୍ରମ ଦାଶ, କୋଷାଧକ୍ଷ ମନୋରମା ବାରିକ, କାର୍ଯ୍ୟକ୍ରମକୁ ସଂଚଳନା କରିଥିଲେ ପ୍ରଧାନ ଅଚାର୍ଯ୍ୟl ସୁବାସିନୀ ମହାପାତ୍ର l କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଯୁଗ୍ମ ସମ୍ପାଦକ ବଳରାମ ମଲ୍ଲିକ ଧନ୍ୟବାଦ ଦେଇଥିଲେ l