୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :- ସନାତନ ଧର୍ମରେ ମାତା ସରସ୍ୱତୀଙ୍କ ଉପାସନର ବିଶେଷ ମହତ୍ତ୍ୱ ରହିଛି, କାରଣ ମାତା ସରସ୍ୱତୀ ଜ୍ଞାନର ଦେବୀ ଓ ଜ୍ଞାନ ଜଗତର ଅନ୍ୟ ସମସ୍ତ ବିଷୟଠାରୁ ଅଧିକ ବିବେଚନା କରାଯାଏ । ସରସ୍ବତୀ ପୂଜା ଦିନ କାହିଁକି ପିଲାଙ୍କୁ ଖଡ଼ି ଛୁଆଁ ଯାଏ l ବିଦ୍ୟାଂ ଦେହୀ ନମୋସ୍ତୁତେ । ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମା’ ସରସ୍ବତୀଙ୍କୁ ଆରାଧନା କରିବାର ଦିନ ।

ମା’ଙ୍କ ଆଗାମନ ଅର୍ଥାତ ସରସ୍ବତୀ ପୂଜା ନେଇ ସବୁଠି ଆନନ୍ଦ ଉତ୍ସାହ । ସାରସ୍ୱତୀ ପୂଜା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ବ,ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସାରସ୍ୱତୀ ପୂଜା ପାଳନ କରାଯାଇ ଥାଏ,ସେହି ଭଳି ପ୍ରତିବର୍ଷ ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୪ ନମ୍ବର ୱାର୍ଡର ଅଖଣ୍ଡ ନାଥସାହିରେ ପବିତ୍ର ମା ସରସ୍ବତୀ ପୂଜା ପାଳିତ ହୋଇଯାଇଛି,















