No Result
View All Result
0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗରରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀମାନ ବିଶ୍ୱଜିତ ପାତ୍ର ମୂଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ସାଂଗଠନିକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ର ଶକ୍ତିର ମହାନୀୟତା ଉପରେ ଉପସ୍ଥିତ ଥିବା ବିଦ୍ୟାର୍ଥୀଙ୍କୁ ବୁଝାଇଥିଲେ । ଓଡିଶା ପୂର୍ବ ପ୍ରାନ୍ତ ରାଜ୍ୟ ସହ ସଂପାଦିକା ସଞ୍ଜନା କହଁର, ରାଜ୍ୟ ଜନଜାତି ସଂଯୋଜିକା ତୋଅପୋଇ କହଁର, ଗଂଜାମ ବିଭାଗ ସହ ସଂଯୋଜକ ଶ୍ରୀମାନ ରୁଦ୍ର ପ୍ରସାଦ ସେଠୀ ଛାତ୍ର ଜୀବନରେ ଛାତ୍ର ସଂଗଠନର ଆବଶ୍ୟକତା ଉପରେ ନିଜର ବିଷୟ ରଖିଥିଲେ ।
କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ସୌମ୍ୟ ରଞ୍ଜନ ଡାକୁଆ ୨୦୨୪/୨୫ ଶିକ୍ଷା ବର୍ଷ ନିମନ୍ତେ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ , ଅଧ୍ୟାପକ ଶ୍ରୀ ଅନୀଲ କୁମାର ଚୌଧୁରୀଙ୍କୁ ନଗର ସଭାପତି ଭାବେ ଦାଇତ୍ୱ ମିଳିଥିବା ବେଳେ କନ୍ଧମାଳ ଜିଲ୍ଲାର ଛାତ୍ର ନେତା ଶ୍ରୀମାନ ଆଶୁତୋଷ ବାଘ ନଗର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ନଗର ସହ ସମ୍ପାଦିକା ଭାବେ ଜସ୍ମୀନ କହଁର ଏବଂ ସହ ସମ୍ପାଦକ ଭାବେ ଲୋଚନ ଦିଗାଲ ଏବଂ ମାନବ କହଁରଙ୍କୁ ଦାୟିତ୍ୱ ମିଳିଥିବା ବେଳେ ନଗର ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସାହିଲ ବଗର୍ତ୍ତି , ସହ ସଂଯୋଜିକା ଭାବେ ବିଜୁଳି କନ୍ୟା ସେଠୀଙ୍କୁ ଦାୟିତ୍ୱ ମିଳିଛି ।
ସେହିଭଳି ନଗର ଏସ ଏଫ୍ ଡି ସଂଯୋଜକ ନଟରାଜ କୁମାର ନାୟକ, ଏବଂ ସହ ସଂଯୋଜକ ଭାବେ ଆୟୁଷ କୁମାର ମଲ୍ଲିକ, ନଗର ଏସ ଏଫ୍ ଏସ ସଂଯୋଜକ ଭାବେ କିଷାନ ଗଣ୍ଡା ନଗର ଏବଂ ସହ ସଂଯୋଜକ ଭାବେ ରଚନା କହଁରଙ୍କୁ ଦାୟିତ୍ୱ ମିଳିଛି, ନଗର ସି ଡ଼ି ଡ଼ି ସଂଯୋଜକ ଭାବେ ଦିପା ରାଣୀ ଗଣ୍ଡା ନଗର ସି ଡ଼ି ଡ଼ି ସହ ସଂଯୋଜକ କୁସଳ ପ୍ରଧାନ ଦାୟିତ୍ଵ ପାଇଛନ୍ତି। ନଗର ଖେଲୋ ଭାରତ ସଂଯୋଜକ ଭାବେ ନୀଳାଚଳ ମଲ୍ଲିକ ମନୋନୀତ ହୋଇଥିବା ବେଳେ ନଗର ଖେଲୋ ଭାରତ ସହ ସଂଯୋଜକ ଭାବେ ଅଶ୍ୱିନ ମିଲିକଙ୍କୁ ଦାଇତ୍ୱ ମିଳିଛି ।
କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଏବଂ ସ୍ବାଗତ କରିବା ସହ ମଞ୍ଚାସିନ ରହି ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ପକ୍ଷରେ ଗଂଜାମ ବିଭାଗ ଏସ୍ ଏଫ୍ ଡି ସଂଯୋଜକ ରଜତ ମହାପାତ୍ର , ବିଭାଗ ଆର୍ କେ ଏମ୍ ସଂଯୋଜକ ତ୍ରିଲୋଚନ ଗଣ୍ଡା , ଜିଲ୍ଲା ଛାତ୍ର ସଂଦେଶ ପ୍ରମୁଖ ରଜତ ବେହେରା ଏବଂ ଫୁଲବାଣୀ ନଗରର ବହୁ କାର୍ଯ୍ୟକର୍ତ୍ତା ପ୍ରମୁଖ ଉକ୍ତ ସମ୍ମିଳନୀରେ ଉପସ୍ଥିତ ଥିଲେ ।

No Result
View All Result