No Result
View All Result
0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ କୃଷ୍ଣପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୃଦାନନ୍ଦ ପ୍ରହରାଜଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ ନାୟକ, ମୁଖ୍ୟବକ୍ତା ଭାବେ ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସଭାପତି ସୁନୀଲ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ଏ.ବି.ଇ.ଓ ବଳରାମ ମୁଦୁଲି, ବିଜୟ କୁମାର ନନ୍ଦ,

ଚିତ୍ତରଞ୍ଜନ ମହାପାତ୍ର ଓ ପ୍ରଧାନ ଶିକ୍ଷକ ମହେଶ୍ୱର ବେହେରା ପ୍ରମୁଖ ଯୋଗଦାନ କରି ଶ୍ରୀ ପ୍ରହରାଜଙ୍କ ଶିକ୍ଷାଦାନ ଶୈଳୀ ଓ ଛାତ୍ରବତ୍ସଳତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ନିବାସ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ମିନର୍ଭା ମଞ୍ଜରୀ ସାହୁ , ରବିନ୍ଦ୍ର କୁମାର ରଣା, ସୁଶାନ୍ତ ଦଳେଇ, ଅଖିଳ ମହାପାତ୍ର, ସୁଶାନ୍ତ ବେହେରା, ସନ୍ତୋଷ ଘଡେଇ, ମିନତୀ ସେଠୀ ଓ ପ୍ରିୟରଞ୍ଜନ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପ୍ରହରାଜଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ସଂଗୀତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result