No Result
View All Result
୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠର ୧୯ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ ବାଆଁରା ପଂଚାୟତ ସରପଂଚ ରମିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ପ୍ରତାପ କୁମାର ସିଂ, ପ୍ରକାଶ କୁମାର ରାଉତ, ଗୋପୁଳାନନ୍ଦ ରାଉତ,
ନାଏବ ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ, ପୂର୍ବତନ ଶିକ୍ଷକ ଭାସ୍କର ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ପଡିହାରୀ ଓ ଟିକିନା ରାଉତ୍ ପ୍ରମୁଖ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଚଳିତ ବର୍ଷ ବାଳକ ବିଭାଗରେ ଦିବ୍ୟଜ୍ୟୋତି ସାହୁ ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ପ୍ରିୟଙ୍କା ଜେନା ଓ ବିପାସା ପ୍ରିୟଦର୍ଶିନୀ ଯୁଗ୍ମ ଚମ୍ପିୟାନ ହୋଇଥିଲେ । ଓମ୍ ପ୍ରକାଶ ସାହୁ ଶ୍ରେଷ୍ଠ ଛାତ୍ରଭାବେ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

No Result
View All Result