No Result
View All Result
01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଦୁମୁକା ଗ୍ରାମରେ ଆଜି ସକାଳେ ଜମିବାଡ଼ି ମାମଲାକୁ ନେଇ ଭାଉଜର କଟୁରି ଚୋଟରେ ଦିଅର ଗୁରୁତର ହୋଇଥିବା ନେଇ ଡେରାବିଶ ଥାନାରେ ଅଭିଯୋଗ ହୋଇଛି ।
ଦୁମୁକା ଗ୍ରାମର ମହେନ୍ଦ୍ର ଦାସ ଡେରାବିଶ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ସେ ଆଜି ସକାଳୁ ଗ୍ରାମଦେବତୀଙ୍କ ଦର୍ଶନ କରି ଫେରୁଥିବା ବେଳେ ତାଙ୍କ ବଡ଼ବାପା ପୁଅ ଅରବିନ୍ଦଙ୍କ ସ୍ତ୍ରୀ ରୁବି ଦାସ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ କଟୁରୀ ଚୋଟ ମାରିଥିଲେ l
ହେଲେ ସେ ରକ୍ଷା ପାଇବା ପାଇଁ ତାଙ୍କ ବାମହାତ ଦେଖାଇ ଦେବାରୁ କଟୁରୀ ଚୋଟ ତାଙ୍କ ହାତରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ ଓ ଭୟରେ ମନ୍ଦିର ଆଡ଼କୁ ଦଉଡ଼ିବାରେ ଲାଗିଥିଲେ I ହେଲେ ରୁବି ତାଙ୍କ ପଛରେ ଗାଡ଼ାଇ ଆକ୍ରମଣ କରିବାକୁ ଲାଗିଥିଲେ ବୋଲି ମହେନ୍ଦ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।
ତେବେ ଗ୍ରାମବାସୀ ପହଞ୍ଚି ରୁବିଙ୍କୁ ଅଟକାଇବାରୁ ରୁବି ନିଜ ଘରକୁ ଫେରି ପଳାଇ ଯାଇଥିଲେ । ତେବେ ପୁଲିସ ମହେନ୍ଦ୍ରଙ୍କ ଅଭିଯୋଗ ପାଇ ପରେ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ଥାନାରେ ୧୪/୨୫ରେ ଏକ ମାମଲା ରୁଜୁ କରିବା ସହିତ ରୁବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।


No Result
View All Result