ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ରଣପୁର :- ରଣପୁର ଅଞ୍ଚଳ ରେ ଲୁଟ ପାଟ ଗାଡି ଚୋରି କରୁଥିବା ଦୁର୍ଦାନ୍ତ ଙ୍କୁ ରଣପୁର ପୋଲିସ କାବୁ କରିଛି । ଗୋଡିପଡା ଓ ଈଟାମାଟି ଅଞ୍ଚଳ ତିନି ଜଣ ଅପରାଧି ଙ୍କୁ ପୋଲିସ ଗିରଫ କରିଛି ।

ଏମାନେ ବିଭିନ୍ନ ସ୍ଥାନରେ ଲୋକଙ୍କ ବନ୍ଧୁକ ଦେଖାଇ ଗାଡି ଲୁଟି ନେବା ଓ ହୋଟେଲ , ଢ଼ାବା ଗୁଡ଼ିକ ରେ ଲୁଟ ପାଟ କରି ଲୋକ ଙ୍କୁ ଧମକାଇ ଟଙ୍କା ପଇସା ଲୁଟି ନେଉଥିଲେ ବୋଲି ଜଣା ପଡ଼ିଛି । ରଣପୁର ପୋଲିସ ସେ ଅପରାଧୀ ଟିମ କୁ ଗିରଫ କରି ସେମାନଙ୍କ ଠାରୁ ୫ ଟି ଚୋରା ଗାଡି , ବନ୍ଧୁକ, ୪ ଟି ଗୁଳି ଜବତ କରି ୨୪୦/୨୦ ରେ ମାମଲା ରୁଜ୍ଜୁ କରିଛି ।













