No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗି :- ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ କରିବାକୁ ସଜବାଜ ହୋଇଥିଲେ ଚୋର ଦଳ।ସେଥିପାଇଁ ସମ୍ପୂର୍ଣ ପସ୍ତୁତି ନେଇ ମନ୍ଦିରର ତାଲା ଭାଙ୍ଗି ସାରିବା ପରେ କରିଥିଲେ ଲୁଟ ଉଦ୍ୟମ।ହେଲେ ଗାଁ କୁକୁର ଭୁକିବାରୁ ଚୋର ଦଳ ପଳାଇ ଯାଇଥିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥ ପୁର ଗ୍ରାମରେ।
ଉଜ୍ଜଳା ଗୋପୀନାଥ ପୁର ଗ୍ରାମର ଶ୍ରୀ ରାଧା କୃଷ୍ଟ ଦେବ ଙ୍କ ମନ୍ଦିର ର ତାଲାକୁ କେତେକ ଦୁର୍ବୁର୍ତ୍ତ ଚୋରୀ କରିବା ଉଧେଶ୍ୟ ରେ ଭାଙ୍ଗି ଦେଇଥିଲେ। ହେଲେ କୁକୁର ଭୁକିବାରୁ ଚୋର ମନ୍ଦିର ଛାଡି ମାରିଛନ୍ତି ଚମ୍ପଟ।ସକାଳୁ ପୂଜକ ଆସି ତାଲା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ।ଏନେଇ ଗ୍ରାମରେ ପ୍ରଚାର ପରେ ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଟାଙ୍ଗୀ ପୋଲିସ୍ ପୋଲିସ ପହଁଚି ତଦନ୍ତ ପରେ ଜଣା ପଡିଥିଲା ଚୋର ଦଳ ତାଲା ଭାଙ୍ଗି ଯାଇଛି।ହେଲେ କୌଣସି ଅଳଂକାର ଚୋରୀ ହୋଇ ନଥିବା ସ୍ପଷ୍ଟ ହୋଇଛି ।ଫଳରେ ଏହା ପ୍ରଭୁଙ୍କର ଚମତ୍କାର ବୋଲି ଗ୍ରାମବାସୀ କହିଛନ୍ତି।

No Result
View All Result