ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) କଟକ :- ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିବା ପରେ ତଳସ୍ତରରୁ ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସିଧା ସଳଖ ଗ୍ରାମ ପଞ୍ଚାୟତ ମାନଙ୍କୁ କେନ୍ଦ୍ରୀୟ ସହାୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୦୨୦ – ୨୧ ବର୍ଷ ରେ ପଞ୍ଚଦଶ କେନ୍ଦ୍ରୀୟ ଫାଇନାସ୍ କମିଶନର ର ଅର୍ଥ ସିଏଫସି ( CFC ) ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କୁ ଜନ ସଂଖ୍ୟା ଆଧାରରେ ୨୫ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତ ମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି । କେନ୍ଦ୍ରୀୟ ଅନୁଦାନ ଅର୍ଥ କେଉଁ କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାର ସ୍ବତନ୍ତ୍ର ଗାଇଡ ଲାଇନ୍ ମଧ୍ୟ ପ୍ରଦାନ କରିଛନ୍ତି । ଗ୍ରାମ ପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାର ହାତେଇ ନେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏହି ମର୍ମରେ ରାଜ୍ୟ ପଞ୍ଚାୟତ ରାଜ ବିଭାଗ ସଚିବ ସମସ୍ତ ଜିଲ୍ଲା କୁ ଚିଠି ଲେଖି ୧୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରାମ ପଞ୍ଚାୟତ ମାନେ ଭୁବନେଶ୍ୱର ସଚିବାଳୟ ଷ୍ଟେଟବେଙ୍କ ଶାଖାରେ Account No 37249281166 ରେ OWSSM ( ODISHA WATER AND SANITATION MISSION ) ନାମରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଅନ୍ୟ କୌଣସି ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ କୁ ଆସଥିବା କେନ୍ଦ୍ରୀୟ ଅନୁଦାନ କୁ ହାତ ମାରୁନଥିବା ବେଳେ ଓଡିଶା ସରକାର ଗ୍ରାମ ପଞ୍ଚାୟତ ମାନଙ୍କ ରେ ପାନୀୟ ଜଳ ବ୍ଯବସ୍ଥା ପାଇଁ Expert ନଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାର ବାହାନ ଦେଖାଇ କେନ୍ଦ୍ରୀୟ ଅନୁଦାନ କୁ ହାତେଇବା ପାଇଁ ଯୋଜନା କରିଛନ୍ତି । ଓଡିଶା ରେ ଥିବା ୬ ହଜାର ୭ ଶହ ୯୮ ( ୬୭୯୮ ) ଗ୍ରାମ ପଞ୍ଚାୟତ ମାନଙ୍କୁ ରାଜ୍ୟ ସରକାର ପାଖାପାଖି ୭ ଶହ କୋଟି ଟଙ୍କା ହାତେଇବା ପାଇଁ ଯୋଜନା କରିଛନ୍ତି ।
ଅନେକ ଗ୍ରାମ ପଞ୍ଚାୟତ କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାର ଙ୍କୁ ଦେବାପାଇଁ ରାଜି ହେଉନ ଥିବାବେଳେ ସରକାରୀ ଅଧିକାରୀ ସରପଞ୍ଚ ମାନଙ୍କ ଉପରେ ଟଙ୍କା ଜମା ଦେବା ପାଇଁ ଚାପ ତିଆରି କରୁଛନ୍ତି । କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାର ନିଜ ତହର୍ବଲି କୁ କିପରି ନେଉଛନ୍ତି ବୋଲି ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପ୍ରଶ୍ନ କରିବା ସହ ଦେଶର ଅନ୍ଯ ରାଜ୍ୟ ମାନେ ଗ୍ରାମ ପଞ୍ଚାୟତ କୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କୁ କେବଳ ଗାଇଡ କରୁଥିବା ବେଳେ ଓଡିଶା ସରକାରଞ ଅଭିନବ ଉପାୟରେ କେନ୍ଦ୍ରୀୟ ଅନୁଦାନ କୁ ହାତେଇ ନେଉଛନ୍ତି ବୋଲି ପ୍ରକାଶ କରି ସରକାର ଙ୍କ ଏ ଭଲି ପଦକ୍ଷେପ କୁ ନିନ୍ଦା କରିବା ସହ ୧୦ ଲକ୍ଷ ଟଙ୍କା ଜମା ଦେଇଥିବା ଗ୍ରାମ ପଞ୍ଚାୟତ ମାନଙ୍କୁ ସେମାନଙ୍କ ଅନୁଦାନ ତୁରନ୍ତ ଫେରାଇ ଦେବା ପାଇଁ ଦାବି କରିଛନ୍ତି । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ, ) ବରଗଡ଼