• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଆଲୋଚନା

Proprietor Abhimanyu Maharana by Proprietor Abhimanyu Maharana
January 30, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଆଲୋଚନା
Share on FacebookShare on TwitterWhatsapp

ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ବିଚାରବିମର୍ଶ

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଏକ ଆଲୋଚନା ଚକ୍ର ଆଜି “ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍” ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ । ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଲେ ଯେ, ଆମେ ଆଜି ଏକ ନୂଆ ଯୁଗରେ ବାସ କରୁଛେ ।

ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଓ ପ୍ରୟୋଗ ଯୋଗୁଁ ଲୋକମାନଙ୍କର ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଘଟୁଛି । ତଦନୁସାରେ ବୈଦ୍ୟୁତିକ, ମୁଦ୍ରଣ, ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି ପାଇଛି । ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରିବା, ଯୋଜନା ଓ ନୀତି ନିର୍ଦ୍ଧାରଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ସାଧନ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି , ସେଥିପାଇଁ ଗଣମାଧ୍ୟମର ସହଯୋଗ ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ କରିଥିଲେ । ଓଡିଶାର ଦୃତ ବିକାଶ ପାଇଁ ରାଜ୍ୟର ନିବେଶକମାନଙ୍କ ସହିତ ଦେଶ ବିଦେଶରୁ ପୁଞ୍ଜି ନିବେଶକମାନଙ୍କୁ ଆକୃଷ୍ଟ କରି ବିକାଶ ଲକ୍ଷ୍ୟ ହାସଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

କାର୍ଯ୍ୟକ୍ରମରେ ବରିଷ୍ଠ ମୁକ୍ତ ବୃତ୍ତ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଯୋଗଦେଇ କହିଲେ ଯେ, ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଥିବା ରାଜ୍ୟ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ରାଜ୍ୟର ଐତିହ୍ୟ, ସାଂପ୍ରତିକ ବାଣିଜ୍ୟିକ ସ୍ଥିତି ପ୍ରତି ଦୃଷ୍ଟିପାତ କରି ସେ ଜନସାଧାଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ଶିଳ୍ପାୟନ ଓ ନିବେଶ ସୁବିଧା ପାଇଁ ସକରାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବୃହତ୍ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ୱ ଦେବାକୁ ସେ ମଧ୍ୟ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପ୍ରାକ୍ତନ ସଦସ୍ୟ ଶ୍ରୀ ପ୍ରସନ୍ନ ମହାନ୍ତି ଯୋଗଦେଇ କହିଲେ ଯେ, ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏବଂ ବହୁ ବିଶିଷ୍ଟ ଶିଳ୍ପପତିଙ୍କ ନିବେଶ ପ୍ରତି ବିପୁଳ ସମର୍ଥନ ମିଳିଥିବା ଓଡ଼ିଶା ପାଇଁ ଆନନ୍ଦର କଥା ।

ଏହାର ରାଜ୍ୟର ସାମୁହିକ ଦୃଷ୍ଟି କୋଣରୁ ରାଜ୍ୟ ପାଇଁ ବଡ଼ ଆଶ୍ୱାସନା ଓ ବିକାଶ ପାଇଁ ବଡ଼ ପାଥେୟ ହେବ ବୋଲି ସେ କହିଥିଲେ । ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଅନୁଦାନ ରାଶି ବଢିବା ସାଙ୍ଗକୁ ସହଯୋଗ ମଧ୍ୟ ବଢିଛି । ଜନସାଧାରଣ, ଗଣମାଧ୍ୟମ ଏବଂ ସବୁସ୍ତରରେ ଲୋକଙ୍କ ସହଭାଗିତାରେ ବିକାଶକୁ ତ୍ୱରାନ୍ୱିତ କରାଯିବା ଉପରେ ସେ ଗୂରୂତ୍ୱାରୋପ କରିଥିଲେ । 'ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍'ର ଆବାସିକ ସମ୍ପାଦକ ଶ୍ରୀ ଶିବ କୁମାର ମହାନ୍ତି ଯୋଗଦେଇ କହିଲେ ଯେ, ବର୍ତ୍ତମାନ ରାଜ୍ୟରେ ପୁଞ୍ଜିନିବେଶ କରିବାରେ ଅନୁକୂଳ ପରିବେଶ ରହିଛି । ଅଭିନବ ଜ୍ଞାନକକୌଶଳ, ଉତ୍ପାଦରେ ଗୁଣାତ୍ମକତା, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଗୁରୁତ୍ୱ, ଶିଳ୍ପ ପାର୍କ ପ୍ରତିଷ୍ଠା, ଇଲେକ୍ଟ୍ରୋନିକ ଏବଂ ଆଇଟି କ୍ଷେତ୍ର ଆଦିର ବିକାଶ ସଂପର୍କରେ ଆଲୋକ ପାତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଲକ୍ଷ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ଅର୍ଗସ୍ ଟିଭିର ସମ୍ପାଦକ ଶ୍ରୀ ସଞ୍ଜୟ ଜେନା ଯୋଗଦେଇ , ସୁସ୍ଥ ପରିବାର ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯିବା ସହ ୨୦୩୬ ର ଧାର୍ଯ୍ୟ ଲକ୍ଷ୍ୟ ସାଧନ ନିମନ୍ତେ ଆମକୁ ଦୀର୍ଘସ୍ଥାୟୀ ଲକ୍ଷ୍ୟ ଓ ଯୋଜନାକୁ ନିୟମିତ ସମୀକ୍ଷା ପୂର୍ବକ କାର୍ଯ୍ୟାନ୍ୱୟନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ ବୋଲି କହିଥିଲେ । ଏସିଆନ୍ ଏଜ୍ ଏବ ଡେକାନ୍ କ୍ରୋନିକଲର ଓଡ଼ିଶାର ଆବାସିକ ସମ୍ପାଦକ-ତଥା ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ଅକ୍ଷୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଓଡିଶାର ଶିଳ୍ପାନୁକୂଳ ଶିଳ୍ପ ନୀତି ରହିଛି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସମୟ କ୍ରମେ ପରିବର୍ତ୍ତନ କରାଯାଉଛି । ଆମର ପୁନର୍ବାସ ଓ ଥଇଥାନ ନୀତି ମଧ୍ୟ ଦେଶରେ ଉତ୍ତମ ରହିଛି । ଏବେ ରାଜ୍ୟ ସରକାର ଶିଳ୍ପ ସହିତ କୃଷି ପ୍ରକ୍ରିୟାକରଣକୁ ଯେପରି ଗୁରୁତ୍ୱ ଦେଉଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସମାଜର ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ପାଇଁ ଗ୍ରାମ୍ୟ ଅର୍ଥନୀତିର ବିକାଶ, ଯୋଜନା ପ୍ରସ୍ତୁତି ସହିତ ଏହାର କାର୍ଯ୍ୟକାରିତା ପାଇଁ ସମ୍ମିଳିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।”ସମ୍ବାଦ” ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ, ଶିଳ୍ପ କ୍ଷେତ୍ର ସହିତ ସେବା କ୍ଷେତ୍ରର ସମନ୍ୱିତ ବିକାଶ ଦ୍ୱାର ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ । ନୀତି ଆୟୋଗ ବିବରଣୀ ଆଧାରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହିତ ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା, ନିଯୁକ୍ତି ସୁଯୋଗ, ବିକଶିତ ଗାଁର ପରିକଳ୍ପନାକୁ ରୂପ ଦେବା ଏବଂ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବର୍ଗଙ୍କ ସାମଗ୍ରିକ ବିକାଶ ଉପରେ ସେ ଆଲୋକପାତ କରିଥିଲେ ।

ଓଟିଭିର ବାର୍ତ୍ତା ସମ୍ପାଦକ ଶ୍ରୀ ରାଧାମାଧବ ମିଶ୍ର ଯୋଗଦେଇ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ରାଜ୍ୟର ବିକାଶ ଧାରା ଅଧିକ କ୍ରିୟାଶୀଳ ହୋଇପାରିବ । ଭିତ୍ତିଭୂମିର ଉନ୍ନତି, ଆଧିୁନିକ କୃଷି ପ୍ରଣାଳୀ ଆଧାରିତ ଚାଷ, ମତ୍ସ୍ୟ ଓ ଗୋପାଳନ କ୍ଷେତ୍ରକୁ ଅଧିକ ସରକାରୀ ପ୍ରୋତ୍ସାହନ ଦ୍ୱାରା ତୃଣମୂଳସ୍ତରରୁ ରାଜ୍ୟର ଆର୍ଥିକ ବିକାଶ ଓ ପ୍ରଗତି ସମ୍ଭବ ହୋଇପାରିବ । ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ସୁଯୋଗକୁ ଅଧିକ ପରିବ୍ୟାପ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସୂଚନା ଓ ପ୍ରସାରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମସ୍ତ ଅତିଥି ଗଣମାଧ୍ୟମ ସଂପାଦକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version