No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ଶ୍ରୀ ଗୁରୁ ପ୍ରଦୁମ୍ନ କିଶୋର ଦେବ ଚାରି ଟେବୁଲ ଟ୍ରଷ୍ଟ ଶ୍ରୀଗୁରୁ ଧାମ ମା ସାରଳା ମନ୍ଦିର ପୁରୁଷୋତମପୁର ରାଉତରା ପୁର କଟକ ପକ୍ଷରୁ ବିରିଡି ବ୍ଲକ ଧ୍ୟାନକୁଦ ପୀଠରେ ବୁଧବାର ଶ୍ରୀ ଜଗତନ୍ନାଥ ମହା ପ୍ରଭୁଙ୍କର ମହା ସତସଙ୍ଗ ଲୀଳା ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶ୍ରୀ ଗୁରୁ ପ୍ରାଦୁମ୍ନକିଶୋର ଦେବ ଙ୍କ ସହ ଧ୍ୟାନକୁଦର ପିଠାଧୀଶ ପ୍ରେମସାଗର ବାବା ଅର୍ଶକ୍ଷିତ ଦାସ ମହାରାଜ,

ଜଗନାଥ ସଂସ୍କୃତିର କଥା ପ୍ରଚାରକ ବାବା ଦିବାକର ଦାସ ମହାରାଜ, ପୁରୀର ବାବା ପରମାନନ୍ଦ ପ୍ରଭୁ, ଯୋଗଦେଇ କହିଲେ ଶ୍ରୀ ଜଗନାଥ ମହାପ୍ରଭୁଙ୍କର ସଂସ୍କୃତିକୁ ବିଶ୍ୱଦରବାର ରେ ପ୍ରଚାର ପ୍ରସାର, ଉତ୍କଳୀୟ ପରମ୍ପରା କଳା, ସାହିତ୍ୟ, ସଂଗୀତ, ବିଜ୍ଞାନ, ଦର୍ଶନ, ସଂସୃକ୍ତି, ଗୁରୁପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ବିକାଶ ଦିଗରେ ବିଶ୍ୱଦରବାରବାରରେ ଆଦୃତ କରିବା,

ଯୁଗ ଉପଯୋଗୀ ସଂସ୍କାର ଯୁକ୍ତ ମନୁଷ୍ୟ ଗଠନ କରିବା ଓ ମନୁଷ୍ୟ ଜନ୍ମର ସାର୍ଥକତାକୁ ଅନୁଭବ କରିବା ଓ କରାଇବା ସହ ନିରାପଦ ମାତୃତ୍ୱ, ଶିଶୁ ମୃତ୍ୱ୍ୟୁ ହାର କମ କରାଇବା ଓ ନିରାପଦ ମାତୃତ୍ୱ ଦିଗରେ ନିରବ ଛିନ୍ନ ବ୍ୟବ୍ୟସ୍ଥା କରିବା, ନିରୋଗ ପାଇଁ ଆୟୁର୍ବେଦ ର ପ୍ରଚାର ପ୍ରସାର ଯୋଗ ପ୍ରଣlୟମ ସହ ଆର୍ଯ୍ୟ ରୁଷି ମାନଂକର ମତକୁ ଲୋକାଭିମୁଖୀ କରିବା, ପରିବେଶ ପାଇଁ ବୃକ୍ଷ ରୋପଣ କରିବା ଦିଗରେ ପ୍ରଚେଷ୍ଟା କରିବାପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l

ଏହି ପରିପ୍ରେକ୍ଷୀ୍ରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଓ ବାବା ଅରକ୍ଷିତ ଦାସ ଏବଂ ବାବା ଦିବାକର ଦାସଙ୍କୁ ଭକ୍ତମାନେ କୀର୍ତ୍ତନ କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ l ମଞ୍ଚଉପରେ ଧ୍ୟାନକୁଦ ମନ୍ଦିର ପୂଜକ ଗୋପାଳ କର,ପାଟରାଜା ପ୍ରଭାତ କୁମାର ନନ୍ଦୀ, ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କୁ ମଞ୍ଚ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା l କଣ୍ଠ ସ୍ଲିପି ଶରତ ନାୟକ ଭଜନ ପରିବେଷଣ କରିଥିଲେ l ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମକୁ ମନ୍ଦିର ପକ୍ଷରୁ ଶ୍ରୀ ଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କୁ ଓ ତାଙ୍କ ଆଶ୍ରିତ ମାନଂକୁ ପ୍ରଶଂସା କରା ଯାଇଥିଲା ଏଥିରେ ବହୁ ଗୁରୁଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକୁ ସଫଳ କରିଥିଲେ l

No Result
View All Result