No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ଜାତୀୟ ସେବା ଯୋଜନା (NSS) ହେଉଛି ଏକ ଭାରତୀୟ ସରକାରୀ କ୍ଷେତ୍ର ଜନସେବା କାର୍ଯ୍ୟକ୍ରମ ଯାହାକି ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ କ୍ରୀଡା ଦ୍ୱାରା ପରିଚାଳିତ l NSS ଭାବରେ ଜଣାଶୁଣା ଏହି ଯୋଜନା ୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକୀରେ ଆରମ୍ଭ କରାଯାଇଥିଲା। ଆଜି ଡେରାବିଶ ମହିଳା ମହାବିଦ୍ୟାଳୟ ର ଶୀତ କାଳୀନ ସ୍ୱତନ୍ତ୍ର ଶିବିରର ୫୦ ଜଣ ସ୍ବେଛାସେବୀ ଙ୍କ ସହ ଡ଼.ରତ୍ନମନୀ ମିଶ୍ର (ପ୍ରିନସିପାଲ),ପୁଷ୍ପିତା ରାଉତ(nss po),କାନ୍ତିମଇ ପଣ୍ଡା,
ଚିନ୍ମୟୀ ପଣ୍ଡା, ଗାୟତ୍ରୀ ଦାସ,କନକଲତା ନାୟକ,ଜୋଛନାମଇ ଶତପଥି,ସସ୍ମିତା ଦାସ, ଶ୍ରୀନିବାସ ମିଶ୍ର,ମିନତିପ୍ରଭା ବିହାରୀ ମାନଙ୍କ ସହଯୋଗରେ ଚାଟରାଚକଡା ସ୍ଥିତ ବହୁ ଚର୍ଚିତ ବହୁ ପୁରାତନ ମା ବାସନ୍ତୀ ମନ୍ଦିର ପରିସର ଓ ବାସନ୍ତୀ ମୋଡେଲ ୟୁ ପି ସ୍କୁଲ କ୍ୟାମ୍ପସ କୁ ସଫା ସୁତୁରା କରିଥିଲେ ଝିଅ ପିଲା ମାନେ ଅତି ଶୃଙ୍ଖଳା ଓ ପ୍ରାଞ୍ଜଳ ସହିତ କାର୍ଯ୍ୟ କରୁଥିଲେ ।
ଶେଷରେ ଅଦ୍ୟକ୍ଷା, କାର୍ଯ୍ୟକ୍ରମ ଅଧିକାରୀ ଓ ଅଧ୍ୟପିକା ମାନେ ଝିଅ ମାନଙ୍କୁ କହିଲେ ତୁମର ଆଗାମୀ କାର୍ଯ୍ୟ ପାଇଁ ଆପଣଙ୍କୁ ଶୁଭେଚ୍ଛା, ସେବାର ଆତ୍ମା ବିସ୍ତାର କରନ୍ତୁ! ଆପଣଙ୍କ ସହିତ NSS ସମ୍ପ୍ରଦାୟର ଅଂଶ ହୋଇଥିବାରୁ ଗର୍ବିତ, ଆସନ୍ତୁ ଏକତ୍ର ଏକ ଅର୍ଥପୂର୍ଣ୍ଣ ପ୍ରଭାବ ଜାରି ରଖିବା NSS ପ୍ରତି ତୁମର ଉତ୍ସର୍ଗୀକୃତ ପ୍ରକୃତରେ ପ୍ରଶଂସନୀୟ, ଚମତ୍କାର କାର୍ଯ୍ୟ ଜାରି ରଖ ତୁମର ଯାତ୍ରା ପୁରସ୍କାରପ୍ରାପ୍ତ ଅନୁଭୂତି ଏବଂ ପ୍ରଭାବଶାଳୀ ମୂହୁର୍ତ୍ତରେ ପରିପୂର୍ଣ୍ଣ ହେଉ ।

No Result
View All Result