No Result
View All Result
୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ମଙ୍ଗଳବାର ଜୀବିକା ମିଶନ ଓ ମିଶନ ଶକ୍ତିର ତୃଣ ମୂଳ ସ୍ତରରେ ଥିବା ଇସି ସଦସ୍ୟାଙ୍କ ରିଷ୍ଟ୍ରକ୍ଚରିଂ ବନ୍ଦ,ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପୌର ପରିଷଦ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ସଂଘ ତରଫରୁ ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ବିଶାଳ ରାଲି ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ ।
ମିଶନ ଶକ୍ତି ମହିଳା ମାନେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପୌର କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କୁ ପ୍ରଦାନ କରିଥିଲେ। ସେଠାରୁ ମିଶନ ଶକ୍ତି ମହିଳା ମାନେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗି ସୁବୁଦ୍ଧି ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ସେମାନଙ୍କ ଦାବି ହେଲା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଇସି ମାନେ ଗତ ୨୦୦୦ ମସିହା ଠାରୁ ୨୦୧୯ ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସଂଗଠିତ କରି ଆର୍ଥିକ ପରିଚାଳନାରେ ତାଲିମ ଓ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ସେବାରେ ତାଲିମ ପ୍ରାପ୍ତ ଅଟନ୍ତି। କିନ୍ତୁ ଗତ ୨୦୨୪ ସେପ୍ଟେମ୍ବର ମାସ ଠାରୁ ଏଯାବତ୍ କୌଣସି ଭତ୍ତା ମିଳି ନ ଥିଲା ବେଳେ ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ ଉପ ମୁଖ୍ୟମନ୍ତ୍ରୀ ଜିପିଏଲଏଫ୍ ଓ ସିଇଲ୍ଏଫ୍ ଙ୍କ ପାଇଁ ରିଷ୍ଟ୍ରକ୍ଚରିଂ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ଦ୍ବାରା କର୍ମଜୀବୀ ମହିଳା ମାନେ ସ୍କୁଟର ଋଣ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷାର ସମ୍ମୁଖୀନ ହେବେ।
ତେଣୁ ରିଷ୍ଟ୍ରକ୍ଚରିଙ୍ଗ ବ୍ୟବସ୍ଥା ବନ୍ଦ କରିବା, ସ୍ଥାୟୀ ନିଯୁକ୍ତି ଦେବା, ସ୍କିମ୍ ୱର୍କରଙ୍କୁ ୱାର୍କର ମାନ୍ୟତା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ବୀମା ସୁବିଧା, ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କୁ ମାସିକ ୧ହଜାର ଟଙ୍କା ମାସିକ ସଶକ୍ତି କରଣ ଭତ୍ତା ପ୍ରଦାନ କରିବା ଆଦି ଦାବିକୁ ଗ୍ରହଣ କରି ସକାରାତ୍ମକ ଭାବେ ସମାଧାନ କରି ରଜ୍ୟର ୫୦% ମହିଳାଙ୍କ ଆତ୍ମ ନିର୍ଭରଶୀଳତା ବୃଦ୍ଧିରେ ପଦକ୍ଷେପ ଗ୍ରହଣ ନିମନ୍ତେ ନିବେଦନ କରିଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ବିଷ୍ଣୁ ବେହେରା,ରଶ୍ମିତା ବେହେରା, ସୁମିତ୍ରା ପୋଲେଇ, ବିରାଜିନି ପଣ୍ଡା ଓ ଶର୍ମିଲା ରାଉଳଙ୍କ ସମେତ ଶତାଧିକ ମିଶନ ଶକ୍ତି ମା ଉପସ୍ଥିତ ଥିଲେ ।

No Result
View All Result