୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ଅଭିଭକ୍ତ କଟକ ଜିଲ୍ଲାର ବାଗଲପୁର ଗ୍ରାମ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ l ଏହିଗ୍ରାମ 18 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମଦେଇଛି l ତେଣୁ ଏମାଟି ଧନ୍ୟ l କଳ୍ପତରୁ ବାବୁ ଗରିବ ହରିଜନ ମାନଂକର ସାଥୀ ଥିଲେ l ସେ ଛୁଆଁ ଅଛୁଆଁ ଭେଦ ଭାବ କୁଭୂଲି ଗରିବଙ୍କ ସେବା କରିଥିଲେ l ଗାଁ ଗାଁ ରେ କିପରି ଅରଟରେ ସୂତା କଟା ହେବ ତାହା ଦେଖୁଥିଲେ l

ବିଦେଶୀ ଜିନିଷକୁ ବର୍ଜନ କରିବା କୁ ସମସ୍ତଙ୍କୁ ସଚେତନ କରାଉଥିଲେ l ତାଙ୍କର ଉଦେଶ୍ୟ ଥିଲା ଆମେ ସ୍ୱାଧୀନ ହେବୁ ଆମଦେଶ ଆମେ ଚଳାଇବୁ l ସ୍ୱାଧୀନତା ମିଳିଲା ଗଣତନ୍ତ୍ର ପ୍ରତିଷ୍ଠା ହେଲା କିନ୍ତୁ ଶାନ୍ତି ନାହିଁ l ଦିବାଲୋକରେ ହତ୍ୟା ଧର୍ଷଣ ବଢିଲା ଗାଁ ଗାଁ ରେ ମଦଦୋକାନ ଖୋଲିଲା l ସମାଜରେ କୁସଂସ୍କାର ବଢିଲା l ଏ ଦେଶ ପୁଣି ପରାଧୀନ ଆଡକୁ ଗତି କରୁଛି l ତେଣୁ ଏ ସମାଜରେ ଅନ୍ୟାୟ ଅହିଂସା,

ଦୁର୍ନୀତି ଭ୍ରଷ୍ଟାଚାର ରୋକିବାକୁ ହେଲେ ଆଉ ଏକ ସଂଗ୍ରାମ ର ଆବଶ୍ୟକ୍ ବୋଲି ବକ୍ତାମାନେ ସ୍ୱାଧୀନତା ସଂଗ୍ରାମୀ କଳ୍ପତରୁ ଦାସ ଙ୍କ 29 ତମ ସ୍ମୃତି ସମାରୋହରେ ମତବ୍ୟକ୍ତ କରିଛନ୍ତି l ରବିବାର ସଂଗ୍ରାମୀ ଦାସ ଙ୍କ ସ୍ମୃତି କମିଟି ଆନୁକୂଲ୍ୟରେ ବାଗଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ସଭା ପତିତ୍ୱ କରିଥିଲେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ, ମୁଖ୍ୟ ଅତିଥି ଭାବେ ପ୍ରଫେସର ବସନ୍ତ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧରଣୀଧର ଜେନା,

ସମ୍ମାନିତ ଅତିଥି ଭାବେ ଇ. ଦର୍ପ ନାରାୟଣ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କବିତାଦାସ, ନିକୁଞ୍ଜ ବିହାରୀ ଭଞ୍ଜ, ନାରାୟଣ ଭୋଳ, ସମାଜ ସେବୀ ପ୍ରଶାନ୍ତ କୁମାର ଦାସ, ସଂଯୋଜନା କରିଥିଲେ ଟ୍ରଷ୍ଟ ର ସଭାପତି ଡା ଦୀପ୍ତି ଚନ୍ଦ୍ର ଦାସ, ଓ ପତ୍ନୀ ଆଭାରଣୀ ଦାସ l ଏହି ପରିପ୍ରେକ୍ଷୀ୍ରେ ପ୍ରଭାତ ଫେରି, ଦୋଳମଣ୍ଡପ ସଂଗ୍ରାମୀ ସ୍ମୃତି ପୀଠ, ବିଦ୍ୟାଳୟ ଓ ସଂଗ୍ରାମୀ ଗୌରାଙ୍ଗ ଦାସ ଙ୍କ ସ୍ମୃତି ପୀଠରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l
ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ,ନୃତ୍ୟ ଓ ଦେଶାତ୍ମ ବୋଧକ ସଂଗୀତ ଗାନ କରାଯାଇଥିଲା l ସଂଗ୍ରାମୀ କଳ୍ପତରୁ ଦାସ ଙ୍କ ସ୍ମୃତି କମିଟି ପକ୍ଷରୁ ମୁଖ୍ୟ ଅତିଥି ଡା ବସନ୍ତ କୁମାର ଦାସଙ୍କୁ ଲାଇଫ ଟାଇମ୍ ଅଚିଵମେଣ୍ଟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l କୃତି ଛାତ୍ର ଛାତ୍ରୀ ମାନଂକୁ ପ୍ରମାଣ ପତ୍ର ସହ ଆର୍ଥିକ ସହାୟତା ଦିଆ ଯାଇଥିଲା ଶେଷରେ ସମାଜ ସେବୀ ଜୀବନ ପଟ୍ଟନାୟକ ଧନ୍ୟ ବାଦ ଦେଇଥିଲେ l














