No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ପ୍ରଶାସନ ତାର ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳପଡ଼ିଆଠାରେ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପରେଡ୍ରେ ଅଭିଭାଦନ ଗ୍ରହଣ କରିବା ସଂଗେ ଖୋର୍ଦ୍ଧା ହେଉଛି ପୂର୍ବେ ରାଜ୍ୟ ରାଜଧାନୀ ଜିଲା । ଏହେଉଛି ବୀରତ୍ୱ ଓ ସ୍ବାଭିମାନର ମାଟି ।
ନୂତନ ପ୍ରବାହ ମାନ ସୃଷ୍ଟି କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସ୍ବତନ୍ତ୍ର ବଜାୟ ରଖିଛି। ଏହି ଅବସରରେ ମୁଖ୍ୟ ଅତିଥି ଖୋର୍ଦ୍ଧା ଜିଲା କାରଗାର ପରିଦର୍ଶନ କରି ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ। ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ସହ ସ୍ବାସ୍ଥ୍ୟ ବ୍ୟବସ୍ଥା ପଚାରି ବୁଝିଥିଲେ।
ଜିଲା ସ୍ତରୀୟ ପରେଡରେ ୪୯ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍କୁଲ, କଲେଜ ଛାତ୍ରୀଛାତ୍ର ଚିତ୍ତାକର୍ଷକ ପାଇକ ସମରକଳା, ପିରାମିଡ୍, ଦେଶଭକ୍ତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲା ପ୍ରଶାସନ ବିଭିନ୍ନ ବିଭାଗର ୬ଟି ପ୍ରଜ୍ଞାପନ ମେଢ଼ ପରେଡରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି l

No Result
View All Result