No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଧା ଜିଲ୍ଲା :- ଟାଙ୍ଗୀ ବ୍ଳକ ଛଣଗିରି ଠାରେ ଛଣଗିରି ଗ୍ରାମ ପଂଚାୟତ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟ ରେ ମା ଭଗବତୀ ଆନ୍ତର୍ଜାତିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଣିପୁର ଚମ୍ପିୟାନ।ଫାଇନାଲ ମ୍ୟାଚରେ ନାଇଜେରିଆ ଏକାଦଶ ଓ ୟାଇଡିସି ଫୁଟବଲ କ୍ଲବ ମଣିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇନଥିଲେ । ପରେ ଟ୍ରାଇବେକରର ସହାୟତା ନିଆଯାଇଥିଲା । ଟ୍ରାଇବେକର ୫-୪ ଗୋଲରେ ୟାଇଡିସି ଫୁଟବଲ କ୍ଲବ ମଣିପୁର ବିଜୟ ଲାଭ କରିଛି ।
ଆଜିର ଖେଳକୁ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ବିଜେପି ଯୁବମୋର୍ଚା ସଭାପତି ଅଭିଳାଷ ପଣ୍ଡା,ବରିଷ୍ଠ ବିଜେପି ନାରୀ ନେତ୍ରୀ ବାସନ୍ତୀ ମହାପାତ୍ର, ଓଷ୍ଟାର ରାଜ୍ୟ ସଂପାଦକ ରମାକାନ୍ତ ମହାପାତ୍ର,ସମିତିସଭ୍ୟ ସୁମିତ୍ରା ବରିସଲ,ସରପଞ୍ଚ ପୂର୍ଣ୍ଣିମା ମହାପାତ୍ର, ବିଜେପି ମଣ୍ଡଳ ସଭାପତି ମାଧବ ମହାନ୍ତି ପ୍ରମୁଖ ଯୋଗ ଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିବା ବେଳେ ଉଭୟ ଦଳର ଦୁଇ ଜଣ ଖେଳାଳୀ ଙ୍କୁ ବେଷ୍ଟ ପ୍ଳେୟାର ଟ୍ରଫି ପ୍ରଦାନ କରିଥିଲେ ।
ଆଜିର ଖେଳକୁ ଜାତୀୟ ରେଫରୀ ଦିଗବିଜୟ ଦାସ,ଜ୍ୟୋତିରଂଜନ ସ୍ୱାଇଁ,ବିଜୟ କୁମାର ମଗଂରାଜ ଓ ମ୍ୟାଚ କମିଶନର ଅବିନାଶ ପଟ୍ଟନାୟକ ପରିଚାଳନା କରିଥିଲେ।ଆସୋସିଏସନ ସଭାପତି ମନୋରଞ୍ଜନ ସାମନ୍ତରାୟ ଓ କାର୍ଯକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ ଙ୍କ ପୌରହିତ୍ଯ ରେ ସଭା କାର୍ଯ୍ୟ ଚାଲିଥିବା ବେଳେ ମଂଚ ପରିଚାଳନା କରିଥିଲେ ଉପଦେଷ୍ଟା ବିରେନ୍ଦ୍ର ଦାସ ।

No Result
View All Result