No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ଡଃ ଆମ୍ବେଦକର କ୍ଲବ ଠାରେ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡଃ ଆମ୍ବେଦକର କ୍ଲବର ସଭାପତି ଚିନ୍ନାମ ରେବିଡ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୂଖ୍ୟ ଅତୀଥି ଭାବେ ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର ଉପସ୍ଥିତ ରହି ଜାତୀୟ ପତକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁଷାକୀ, ସମାଜ ସେବୀ ଡଃ ଏନ୍ ରାଘବ ରାଓ, ଏନ୍ ନୁକାଲ ରାଜ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସରକାର , ଚିନ୍ନାମ ଏଙ୍କେଲାୟା ଓ ଏମ୍ ମେଶାକ ରାବି ପ୍ରମୁଖ ଉପସ୍ଥିତ ଥିଲେ ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ଓ ଉପସ୍ଥିତ ଥିବା ଅନ୍ୟାନ୍ୟ ଅତିଥି ବୃନ୍ଦ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ ଆମ୍ବେଦକର କ୍ଲବର ସମସ୍ତ କର୍ମକର୍ତ୍ତା ସହିତ ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

No Result
View All Result