No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ପଡିଆ ବ୍ଲକର ପଡିଆ ବି ଏସ ଏଫ୍ କ୍ୟାମ୍ପ ଠାରେ ବ୍ଲକସ୍ତରୀୟ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପରାମର୍ଶ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧୂକାରୀ ଶ୍ରୀ ଉପେନ୍ଦ୍ର ଦୀପ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହେଶ ଶର୍ମା ଉପ କମାଣ୍ଡାଣ୍ଡ ବି ଏସ ଏଫ୍ 2 ବାଟାଲିନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ଉପରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ । ଶ୍ରୀ ପ୍ରଶାନ୍ତ ଦାସ ଉଜ୍ଜ୍ବଳ ମଣ୍ଡଳ ବିଏସଏଫ ଇନ୍ସପେକ୍ଟର ଶ୍ରୀ ହରିଶ୍ ରୂପାଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ସେହିପରି ସରକାରୀ ପଲିଟେକନିକ୍ ଅଧ୍ୟାପକ ,ସରକାରୀ ଆଇ ଟି ଆଇ ପ୍ରଶିକ୍ଷକ ରିତେଶ କୁମାର ସଚେତନତା ଶିବିରରେ ଅଂଶଗ୍ରହଣ କରିଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ମାଲକାନଗିରି ଜିଲ୍ଲାର, ଗ୍ରାମ ତରଙ୍ଗ, ଶିବାନୀ ପ୍ରୋମୋଦିନି, ଓକେ ସି ଏଲ, ସାହାନା କମ୍ପାନୀ ପ୍ରତିନିଧୂମାନେ ସେମାନଙ୍କର ଦକ୍ଷତା ତାଲିମ ବିଷୟରେ ବୁଝାଇ ଥିଲେ ଏବଂ ସେମାନେ ଭାରତ ଏବଂ ଓଡିଶା ଭିତରେ ବିଭିନ୍ନ ଶିଳ୍ପ, କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ବିଷୟରେ ବୁଝାଇଥିଲେ । ଶିବିରରେ ପଡିଆ ବ୍ଲକ ର ପ୍ରାୟ 300 ରୁ ଅଧିକ ଆଦିବାସୀ ହରିଜନ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ।

No Result
View All Result