No Result
View All Result
୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସିଂହଦ୍ଵାରରେ ଭକ୍ତଙ୍କ ଗହଳି । ଗହଳି ଭିତରେ ଶଗଡିଆ ଶଗଡରେ ବଣ୍ଣ ମାଟି ରଖି ଯାଉଥିବା ସମୟରେ ପତିତପାବନଙ୍କୁ ମୁଣ୍ଡିଆ ମାରିଥିଲା । ଶଗଡରେ ବ୍ରେକ ନଥିଲେ ମଧ୍ଯ ବଳଦଙ୍କୁ ହ ହ କହିଲେ ଶଗଡ ରହିଯାଇଥିଲା । ପୂର୍ବରୁ ଏମାର ମଠକୁ ଶହ ଶହ ଧାନ ଆସୁଥିଲା । ପୁରୀରେ ମଧ୍ଯ ଏକ ଶଗଡିଆ ସାହି ରହିଛି । ମହାପ୍ରଭୁଙ୍କ ରୋଷଘର ନିକଟକୁ ଶଗଡରେ କୁଡୁଆ ଆସୁଥିଲା ଅତ୍ଯାଧୁନିକ ଯୂଗରେ ଶଗଡ ଦେଖିବା ବିରଳ ହେଲାଣି । ସିଂହଦ୍ବାର ସମ୍ମୁଖ ହୋଇଛି ମହାଖଳା ।
ବଡ ଦେଉଳ ମୌଜାରେ ଏହି ମହାଖଳା ରହିଛି । ମହାଖଳାରେ କୌଣସି ବାଡ କିଳ ରହିବା ଉଚିତ ନୁହଁ । ସିଂହଦ୍ବାର ସମ୍ମୁଖରେ ଶଗଡ ଯାଉଥିବା ସମୟରେ କେତେକ ବିଦେଶୀ ପର୍ଯ୍ଯଟକ ମାନେ ଫଟୋ ଉଠାଇ ଥିବା ଦେଖିବାକୁ ମିଳିଥିଲା । ଶଗଡରେ ଦୁଇ ଜଣ ଶଗଡିଆ ରହିଥିଲେ । ଜଣେ ଆଗରେ ବସିଥିବା ବେଳେ ଜଣେ ପଛ ଦଣ୍ଡା ଧରିଥିଲେ । ଗାଡିର ଷ୍ଟିଅରିଂ ପରି ଶଗଡ ଦଣ୍ଡା ମୋଡିଲେ ବଳଦ ମଧ୍ଯ ସେହି ପଟକୁ ଟାଣୁଥିଲେ ।
ସହରରେ କଂକ୍ରିଟ ଜଙ୍ଗଲ ଯୋଗୁ ଛାତ ବଗିଚାରେ ଫୁଲ ଗଛ ଲଗାଇବା ପାଇଁ ବର୍ଣ୍ଣ ମାଟିର ଆବଶ୍ୟକ ହେଉଛି । ଏହି ବର୍ଣ୍ଣ ମାଟି ଶଗଡିଆ ଗାଁ ରୁ ଆଣି ବସ୍ତାରେ ରଖି ତାକୁ ବାନ୍ଧି ବିକ୍ରି କରୁଛନ୍ତି । ମଟର ସାଇକେଲର ଫୁଲଷ୍ଟାଣ୍ଡ ପରି ଏକ କଠିନ ଟିପେଇ ରହିଥିଲା ବଳଦଙ୍କୁ ଖୋଲିବା ପରେ ଏହି ଟିପେଇ ଦ୍ବାରା ଶଗଡ ରହିଥିଲା ଏହି ଦୃଶ୍ଯ ଦେଖିବା ପାଇଁ ସିଂହଦ୍ଵାରରେ ଦର୍ଶକଙ୍କ ଭିଡ ଜମିଥିଲା ।

No Result
View All Result