୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସ୍ବର୍ଗଦ୍ବାର ନିକଟରେ ଥିବା ଅତିବଡ଼ୀ ଜଗନ୍ନାଥଦାସ ଏକାଡେମୀର ୩୪ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଅମୃତ କୁମାର ମିଶ୍ର ଉତ୍ସବକୁ ଉଦଘାଟନ କରିଥିଲେ । ପୂର୍ବତନ ବାଚସ୍ପତି ସ୍ବର୍ଗତ ମହେଶ୍ବର ମହାନ୍ତି ଏହି ଅଞ୍ଚଳର ବିକାଶର ମୁଖ୍ଯ ବିନ୍ଧାଣୀ ଥିଲେ ବୋଲି ଶ୍ରୀମିଶ୍ର କହିଥିଲେ।

ମୁଖ୍ଯବକ୍ତା ଭାବେ ଐତିହ୍ଯ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ଭାଗବତ ପଠନ ଓ ଶିକ୍ଷାର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରସଦସ୍ଯ ନାରାୟଣ ପଟ୍ଟନାୟକ ଯୋଗଦେଇ ବିଦ୍ୟାଳୟ ଓ ଶିକ୍ଷାଦାନର ଉନ୍ନତି ସଂପର୍କରେ ମତବ୍ଯକ୍ତ କରିଥିଲେ । ଶିକ୍ଷୟିତ୍ରୀ ଦେବସ୍ମିତା ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାଧନ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ବାର୍ଷିକ ବିବରଣୀ ପାଠ ସହ ବିଦ୍ୟାଳୟର ଅଭାବ ଓ ଅସୁବିଧାର ସଂପର୍କରେ କହିଥିଲେ ।















